ରାଜ୍ୟରେ ଚାଲିଛି ପାଣ୍ଡିଆନ ଶାସନ - ଦିଗବିଜୟ ସିଂ
Khabar Odisha:Congress-leader-digvijay-singh-adress-press-conference-in-bhubaneswar-congress-party-office
ଭୁବନେଶ୍ୱର, ଜାନୁଆରୀ ୧୭ (ଖବର ଓଡ଼ିଶା):

ରାଜ୍ୟରେ ଚାଲିଛି ପାଣ୍ଡିଆନ ଶାସନ, କେନ୍ଦ୍ରରେ ଥିବା ମୋଦୀ ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ । ବିଶେଷ କରି 5Tସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଦିଗବିଜୟ ସିଂ, ଓଡିଶାରେ ଜଣେ ପ୍ରଶାସକ ପାଣ୍ଡିଆନ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହ ରାଜ୍ୟ ଚଳାଉଛନ୍ତି, ପାଣ୍ଡିଆନଙ୍କ ଶକ୍ତିକୁ ମୁଁ ଆକଳନ କରିପାରୁନି, ସେ  5Tସଚିବ ଥିଲେ ମଧ୍ୟ ସରକାରର ସମସ୍ତ ବିଭାଗ ତାଙ୍କ ଅଣ୍ଡରରେ କାର୍ଯ୍ୟ କରୁଛି, ମୁଖ୍ୟମନ୍ତ୍ରୀଙ୍କୁ ଜଣେ ମନ୍ତ୍ରୀ କି ସାଂସଦ କି ବିଧାୟକ ଦେଖା କରିପାରୁନାହାଁନ୍ତି, ଦେଖା କରିବା ପୂର୍ବରୁ ପାଣ୍ଡିଆନଙ୍କ ଅନୁମତି ନେବା ପାଇଁ ପଡୁଛି, ନବୀନଙ୍କୁ କେବଳ ପାଣ୍ଡିଆନ ହିଁ ଦେଖା କରି ପାରୁଛନ୍ତି ତାଙ୍କ ନିର୍ଦ୍ଦେଶରେ ନବୀନ ପଟ୍ଟନାୟକ ପରିଚାଳିତ ହେଉଛନ୍ତି, ସବୁ କଥାରେ କେନ୍ଦ୍ରକୁ ସମର୍ଥନ କରୁଛନ୍ତି ନବୀନ, କେନ୍ଦ୍ର ସରକାରଙ୍କ ସମସ୍ତ ବିଲକୁ ଲୋକସଭାରେ ସମର୍ଥନ ମଧ୍ୟ ଦେଉଛନ୍ତି ଏହା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଟାର୍ଗେଟ କଲେ ଦିଗବିଜୟ ଦେଶରେ ଦେଖା ଦେଇଥିବା ଅନ୍ୟ ସମସ୍ୟା ଉପରୁ ଦୃଷ୍ଟି ହଟାଇବା ପାଇଁ CAAଓ NRC ଲାଗୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ CAAଓ NRCର କୌଣସି ଆବଶ୍ୟକତା ନାହିଁ ।

ଭୁବନେଶ୍ୱରରେ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା 2019 ନିର୍ବାଚନ ପରବର୍ତ୍ତୀ ସାଧାରଣ ସମୀକ୍ଷା ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ସମ୍ୱୋଧିତ କରିବା ଅବସରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । 

Subscribe

National International State Sports Entertainment