କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଢିଲା ଅଡୁଆ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ମଧ୍ୟପ୍ରଦେଶର ୪୧ଟି ଜିଲ୍ଲାରେ ମାମଲା ରୁଜୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି ଦଳ ମୁଖ୍ୟ ବିଷ୍ଣୁ ଦତ୍ତ । ସେ କହିଛନ୍ତି କି, ଏହା ଏକ ଗମ୍ଭୀର ମାମଲା ଅଟେ । ସେ ଦାବି କରିଛନ୍ତି ଯେ, କଂଗ୍ରେସ ତରଫରୁ ଚିଠି ତିଆରି କରାଯାଉଛି ଓ ଏହାକୁ ପରେ ଭାଇରାଲ କରାଯାଉଛି । ଏହା କଂଗ୍ରେସର ମିଛ ଓ କପଟ ରାଜନୀତି ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶ ବିଜେପି ସରକାରକୁ କଂଗ୍ରେସ ବଦନାମ କରିବାକୁ ଏଭଳି ମିଥ୍ୟାର ଆଶ୍ରୟ ନେଉଥିବା କଥା ସେ କହିଛନ୍ତି ।
ସୂଚନା ଥାଉକି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ କରି ଦାବି କରିଛନ୍ତି କି ମଧ୍ୟପ୍ରଦେଶରେ ଠିକା କାମରେ ସରକାର ୫୦ ପ୍ରତିଶତ କମିଶନ ନେଉଛନ୍ତି । ଏହି ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ବିଜେପି ଏହାକୁ ଖଣ୍ଡନ କରିଛି । ଏନେଇ ବିଜେପି ତରଫରୁ ପ୍ରିୟଙ୍କା ଗାନ୍ଧୀ, କମଲନାଥ ଓ ଅରୁଣ ଯାଦବଙ୍କ ନାମରେ ୪୧ଟି ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି ।