ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଜି ଏକ ପ୍ରେସମିଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ସେ ଦଳର ବିଭିନ୍ନ ପଦପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ସୂଚନା ଯୋଗ୍ୟ ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ କାହିଁକି ଇସ୍ତଫା ଦେଲେ ଏନେଇ ମୁହଁ ଖୋଲିଛନ୍ତି। ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଦଳର ସଂଚାଳନ ଓ ପରିଚାଳନା ରେ ମୁଁ ସନ୍ତୁଷ୍ଟ ନାହିଁ। ମୁଁ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିଛି କିନ୍ତୁ କିଛି ପରିବର୍ତ୍ତନ ଆସିଲା ନାହିଁ। ମୁଁ ନିଜ ର ଅନୁଭବ କୁ ଏହି ଦଳରେ ପରିପ୍ରକାଶ କରିବା ପାଇଁ ସେତିକି ସୁଯୋଗ ପାଇଲି ନାହିଁ ।ମୋ ଧର୍ଯ୍ୟର ସୀମା ଅତିକ୍ରମ ହେଇଛି ।ତେଣୁ ଦଳ ରୁ ଦୂରେଇ ଯାଉଛି । ନିର୍ବାଚନ ପୁଣି ନିର୍ବାଚନ ଲଢିବି କି ନାହିଁ ସମୟ କହିବ । ବୋଲି ଅତି କ୍ଷୋଭର ସହ କହିଛନ୍ତି।
ବିଜେପି -ବିଜେଡି ମେଣ୍ଟକୁ ନେଇ ସେ କହିଛନ୍ତି ଯେ ଗୋଟିଏ ନୀତିହୀନ ମେଣ୍ଟ ହେବାକୁ ଯାଉଥିଲା ହେଲା ନାହିଁ ଏହା ଗଣତନ୍ତ୍ର ପାଇଁ ଭଲ ଅଟେ।