ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ବିଜେପିକୁ ନେଇ ବଡ ଗାରଟିଏ ଟାଣି ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏକ ସାକ୍ଷାତକାରରେ କହିଥିଲେ ଯେ, ଆମେ ଆରଏସଏସ ବିନା ନିର୍ବାଚନ ଜିତି ପାରିବୁ । ଏହାକୁ ନେଇ ସଂଘ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏବେ ସରସଂଘ ଚାଳକ ମୋହନ ଭାଗବତ କହିଛନ୍ତି, ବିଜେପିର ଭଲ ଦିନ ଆରଏସଏସ କାରଣରୁ ଆସିଛି ।
ସେ କହିଛନ୍ତି, ରାମ ମନ୍ଦିର ଆନ୍ଦୋଳନ ପାଇଁ ଆରଏସଏସ ପ୍ରତିବଦ୍ଧତା ଦେଖାଇଥିଲା । ଏଥିରେ ବିଜେପି ସମର୍ଥନ ଦେଇଥିଲା ଏବଂ ଏହାର ଫାଇଦା ଦଳକୁ ମିଳିଛି । ଏହି ପରି ସେ ସ୍ପଷ୍ଟ କରିଛନ୍ତି ଯେ, ସଂଘର ନେତୃତ୍ୱରେ ରାମ ମନ୍ଦିର ଆନ୍ଦୋଳନର ଫାଇଦା ବିଜେପିକୁ ନିର୍ବାଚନୀ ରାଜନୀତିରେ ମିଳିଛି । ଏହିପରି ସେ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ପାଇଁ ଆରଏସଏସ କେତେ ମହତ୍ୱପୂର୍ଣ୍ଣ । କାରଣ ଆରଏସଏସ ହିଁ ବିଜେପିର ମାତୃ ସଂଗଠନ ।
କୁହାଯାଉଛି ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ଭରିବା ପାଇଁ ମୋହନ ଭାଗବତ ଏମିତି ଟିପ୍ପଣୀ କରିଛନ୍ତି । ଏହା ବ୍ୟତୀତ ବିଜେପି ନେତୃବୃନ୍ଦଙ୍କ ପାଇଁ ମଧ୍ୟ ଏହା ଏକ ସନ୍ଦେଶ ଯେ, ବିଜେପି ଆଜି ବହୁତ ବଡ ପାର୍ଟି ହୋଇଥାଇପାରେ ମାତର୍ ଏହାର ବିଚାରଧାରାର ମୂଳ ପୁଞ୍ଜି ଆରଏସଏସ ।
ସୂଚନାଯୋଗ୍ୟ, ଆରଏସଏସ ଏବଂ ବିଜେପି ମଧ୍ୟରେ ସମ୍ବନ୍ଧକୁ ନେଇ ସର୍ବଦା ପ୍ରଶ୍ନ ଉଠି ଆସିଛି । ଆରଏସଏସ ପକ୍ଷରୁ ବିଜେପିର କୌଣସି ପ୍ରକାରର ନିଷ୍ପତ୍ତି ନେବା ଦାବିକୁ ଖାରଜ କରି ଆସିଛି । ସଂଘର କହିବା ଆମେ ସଂଘର କାର୍ଯ୍ୟକର୍ତ୍ତା । କିନ୍ତୁ ଆମେ ବିଜେପିର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁନି । ବିଜେପି ପାଇଁ ଆମେ କୌଣସି ନିଷ୍ପତ୍ତି ଦେଉ ନାହିଁ ।
Also read: ନିଜକୁ ନିଜେ ଗୁଳି ମାରିଦେଲେ ସିଆରପିଏଫ୍ ଯବାନ; ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ