ନୂଆଦିଲ୍ଲୀ: ଆସନ୍ତା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ରହିଛି। ବିଜେପି ସମସ୍ତ ୯୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ୩ ଥର ପ୍ରାର୍ଥୀ ଘୋଷଣା କରିଛି।
ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ, ଶିବରାଜ ସିଂ ଚୌହାନ ଏବଂ ପୀୟୂଷ ଗୋୟଲଙ୍କ ସମେତ ଅନେକ ନେତାଙ୍କ ନାମ ରହିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ହରିୟାଣାରେ ପ୍ରଚାର କରିବେ। ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ହେମନ୍ତ ବିଶ୍ୱ ଶର୍ମା, ଭଜନ ଲାଲ ଶର୍ମା, ପୁଷ୍କର ସିଂ ଧାମି ଏହା କରିବେ।
୪୦ ଜଣିଆ ତାଲିକାରେ ନରେନ୍ଦ୍ର ମୋଦୀ, ଜଗତ ପ୍ରକାଶ ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡକରୀ, ନାଏବ ସିଂ ସାଇନି, ମୋହନ ଲାଲ ବରୌଲି, ମନୋହର ଲାଲ ଖଟ୍ଟର, ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟନାଥ, ସତୀଶ ପୁନିଆ, ବିପ୍ଲବ କୁମାର ଦେବ, ସୁରେନ୍ଦ୍ର ସିଂ ନଗର, ପୀୟୂଷ ଗୋୟଲ, ଅର୍ଜୁନ ରାମ ମେଘୱାଲ, ହରଦୀପ ସିଂ ପୁରୀ, ସୁଧା ଯାଦବ, ଭଜନ ଲାଲ ଶର୍ମା, ମୋହନ ଯାଦବ, ପୁଷ୍କର ସିଂ ଧାମି, ହିମନ୍ତ ବିଶ୍ୱ ଶର୍ମା, ରାଓ ଇନ୍ଦ୍ରଜିତ୍ ସିଂହ, କ୍ରିଷନ ପାଲ ଗୁର୍ଜର, ବସୁନ୍ଧରା ରାଜେ ସିନ୍ଧିଆ, ସ୍ମୃତି ଇରାନୀ, ଜୟରାମ ଠାକୁର, ରଭନୀତ ସିଂ ବିଟ୍ଟୁ, ଅନୁରାଗ ଠାକୁର, ଦିୟା କୁମାରୀ, ହେମା ମାଳିନୀ, କିରଣ ଚୌଧୁରୀ, ନବୀନ ଜିନ୍ଦଲ, ଧରମବୀର ସିଂ, ଅଶୋକ ତନୱର, ମନୋଜ ତିୱାରୀ, ସଞ୍ଜୀବ ବାଲ୍ୟାନ, -କୁଲଦୀପ ବିଷ୍ନୋଇ, ରାମ ଚନ୍ଦର ଜାଙ୍ଗରା ଓ ବବିତା ଫୋଗାଟ ସାମିଲ ଅଛନ୍ତି।
ଏଥିସହ ଅନେକ ସାଂସଦ ମଧ୍ୟ ବିଜେପି ନେତାଙ୍କ ସମର୍ଥନରେ ଭୋଟ୍ ମାଗିବେ। ହରିୟାଣାରେ ଅକ୍ଟୋବର ୫ତାରିଖରେ ମତଦାନ ହେବ। ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଅକ୍ଟୋବର ୮ତାରିଖରେ ଭୋଟ୍ ଗଣତି ହେବ।
ଅଧିକ ପଢ଼ନ୍ତୁ: ପାକିସ୍ତାନର ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଝଟକା ଦେଲା ଆମେରିକା