ଆଜି ବିଜେପି କାର୍ଯ୍ୟକାରିଣୀ ବୈଠକ : ଫୋକସରେ ୨୦୨୪ ନିର୍ବାଚନ
Khabar Odisha:BJP-executive-meeting-will-be-held-today
ଖବର ଓଡିଶା : 20/05/2023

ଆଜି ବସିବ ବିଜେପି କାର୍ଯ୍ୟକାରିଣୀ ବୈଠକ l ନୂଆ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ l ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏହା ସହ କେନ୍ଦ୍ରର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ସେନେଇ ବୈଠକରେ ଚର୍ଚ୍ଚା ହେବ । 

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧକ୍ଷତlରେ ଅନୁଷ୍ଠିତ ହେବ କାର୍ଯ୍ୟକାରିଣୀ ବୈଠକ l ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବୈଠକରେ ଉପସ୍ଥିତ ରହିବେ l ଏହାସହ ଦଳର ସମସ୍ତ ପଦାଧିକାରୀ, ସାଂସଦ, ବିଧାୟକଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ଯୋଗଦେବେ l ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଟିମ୍ ଗଠନ କରିପାରନ୍ତି ନୂଆ ସଭାପତି ମନମୋହନ ସାମଲ । କିଛି ଦିନ ତଳେ ଦିଲ୍ଲୀରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଲାଗି ଦୁର୍ବଳ ସ୍ଥାନଗୁଡିକରେ ଅଭିଜ୍ଞ ଏବଂ ବରିଷ୍ଠ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଯାଇପାରେ । ୨୦୧୯ ପରେ ରାଜ୍ୟରେ ହୋଇଥିବା ୮ଟି ଉପ-ନିର୍ବାଚ୍ଚନରୁ ୭ଟିରେ ବିଜେପି ହାରିଥିବାରୁ, ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତନ କରିପାରନ୍ତି ମନମୋହନ ।

Subscribe

National International State Sports Entertainment