ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଏସପି ଅଫିସ ଆଗରେ ବିଜେପିର ଧାରଣା
Khabar Odisha:BJP-Protest-infront-of-sp-office-all-over-odisha
ଖବର ଓଡିଶା : 04/03/2023:

ପୋଲିସର ମାତ୍ରଧିକ କାର୍ଯ୍ୟନୁଷ୍ଠାନକୁ ପ୍ରତିବାଦ ନେଇ ବିଜେପି କରୁଛି ହଲ୍ଲାବୋଲ୍। ଆଜି ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ଧାରଣା ଦେଇଛି ଦଳ । ନବ ଦାସ ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଯୁବମୋର୍ଚ୍ଚା ସଦସ୍ୟଙ୍କ ଉପରେ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧ କରିଛି  ବିଜେପି। ଆଜି  ରାଜ୍ୟସାରା ସମସ୍ତ ଏସପି ଅଫିସ ଆଗରେ ଧାରଣାରେ ବସିଛି ଦଳ। ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ଶୁକ୍ରବାର ପୋଲିସ ଡିଜି, ପୋଲିସ କମିଶନର ଓ ଡିସିପିଙ୍କ ବିରୋଧରେ ଏତଲା ଦେଇଥିଲା । କିନ୍ତୁ ଏତଲା ପଞ୍ଜିକୃତ କରାନଯିବାକୁ ବିଜେପି ଦୁର୍ଭାଗ୍ୟଜନକ ବୋଲି କହିଛି  ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସର ମାତ୍ରଧିକ କାର୍ଯ୍ୟନୁଷ୍ଠାନକୁ ପ୍ରତିବାଦ। ଆଜି ରାଜ୍ୟବ୍ୟାପୀ ଏସପି ଅଫିସ ଆଗରେ ବିକ୍ଷୋଭ କରୁଛି ବିଜେପି। ଏଥି ସହିତ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଡିସିପି ଅଫିସ ଆଗରେ ମଧ୍ୟ ଦଳ ପ୍ରତିବାଦ କରିଛି । ବିଜେପି ଅଭିଯୋଗ କରିଛି ଯେ, ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନାବଦ୍ଧ ଭାବେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ଦାୟୀ।  

Subscribe

National International State Sports Entertainment