ଗାନ୍ଧୀ ଜୟନ୍ତୀ ଭଳି ପବିତ୍ର ଦିନରେ ଭରା ସଭାରେ ବିଜେଡି ନେତା ପ୍ରଦୀପ ସାହୁ ଓ ବିଜେଡି ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ଅପମାନିତ କରିଲଥିଲେ। ସେହି ଜାଗାରେ ବିଜେଡି ଦଳର ସାସଂଦ ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ ସେ ଏହାର ତିବ୍ର ବିରୋଧ କରିଥିଲେ କିନ୍ତୁ ସେଠାରେ ତାଙ୍କୁ ଶ୍ରୀମୟୀ ମିଶ୍ର ମଧ୍ୟ ଅପମାନିତ କରିଥିଲେ। ଏଇ ଘଟଣାରୁ ଜଣା ପଡିଯାଉଛି କି ପୂର୍ବ ଘଟଣାର ପୁନରାଵର୍ତ୍ତି ଫର୍ଦ ଆଉଥରେ ଉଠାଉଛନ୍ତିଶ୍ରୀମୟୀ ମିଶ୍ର। ତେବେ ଏହି ଘଟଣାକୁ ନେଇ ମନ୍ମଥ ରାଉତରାୟ କହିଛନ୍ତି ଯେ, ଆମେ ସବୁବେଳେ ନାରୀଙ୍କୁ ସମ୍ମାନ ଦେଇ ଆସିଛୁ ଏବଂ ଆଗକୁବି ଦବୁ କିନ୍ତୁ ନାରୀ ମାନେ ଯଦି ସବୁବେଳେ ଆମକୁ ଅସମ୍ମାନ କରିବେ ଆମେ କରିବୁ କଣ ? ଏହି ଘଟଣାଟିକୁ ମଧ୍ୟ କଂଗ୍ରେସ ନେତା ସୁରା ରାଉତରାୟ ନିନ୍ଦା କରିଛନ୍ତି।