ଓଡିଶାକୁ ବିଜେଡି ମୁକ୍ତ କରିବା ଲକ୍ଷରେ ବିଜେପି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର l
ରାଜ୍ୟ କାର୍ଯ୍ୟକାରିଣୀ ଅବସରରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ବିଜେଡି ଓ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ କାଟ, ନାରୀ ନିର୍ଯ୍ୟାତନା, ଆଇଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏବଂ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାର କଥାକୁ ଓଡିଶାର ୧କୋଟି ପରିବାର ପାଖରେ ପହଁଚାଇବାକୁ ବିଜେପି ଯୋଜନା କରିଥିବା କହିଥିଲେ ଲେଖାଶ୍ରୀ । ୫ – ଟି ରୂପାନ୍ତରଣ ନାଆଁରେ ଦୁର୍ନୀତି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଜାଗା ମିଶନ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ଘେରିବ ବିଜେପି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଘରେ ଘରେ, ଏକ କୋଟି ପରିବାର ପାଖରେ ବିଜେପି ପହଞ୍ଚିବ। କେନ୍ଦ୍ରର ସଫଳତା ଏବଂ ରାଜ୍ୟର ବିଫଳତା କଥା କହିବ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ବିଜେପିର ଲକ୍ଷ୍ୟ।