ପିପିଲି ଫାଇଟ : ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
Khabar Odisha:Ajit-Mangaraj-name-declared-by-Congress-for-pipili-byelection
ଭୁବନେଶ୍ୱର, ମାର୍ଚ୍ଚ 29 (ଖବର ଓଡିଶା) :

ପିପିଲି ଉପନିର୍ବାଚନ ପାଇଁ ବଢୁଛି ଦଳୀୟ ଉଷ୍ମତା । 3 ପ୍ରମୁଖ ରାଜନୈତିକ ଦଳ ଭିତରେ ଚାଲିଛି ଅଙ୍କକଷା । ପୁଣି ଥରେ ଅଜିତ ମଙ୍ଗରାଜଙ୍କ ଉପରେ ଭରସା କରିଛି କଂଗ୍ରେସ ।

ପିପିଲି ଲଢେଇ ପାଇଁ ବିଜେପି ଆଶ୍ରିତ ପଟ୍ଟନାୟକ, ବିଜେଡି ରୁଦ୍ର ମହାରଥୀଙ୍କ ନାମ ଘୋଷଣା କରିଥିବାବେଳେ କଂଗ୍ରେସ ଅଜିତ ମଙ୍ଗରାଜଙ୍କ ନାମ ଘୋଷଣା କରିଛି। କଂଗ୍ରେସରେ ଆଶାୟୀ ଙ୍କର ସଂଖ୍ୟା ଅଧିକ ଥିବା ବେଳେ ଅଜିତଙ୍କୁ ଭରସା କରି ଟିକେଟ ଦେଇଛି ଦଳ । ବିଶେଷ କରି ପିପିଲି ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ସହିତ ଲୋକ ମାନେ କିଭଳି ସେମାନଙ୍କ ମୌଳିକ ଅଧିକାର ପାଇବେ ତାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଅଜିତ ।

ଏପ୍ରିଲ 17ରେ ପିପିଲି ନିର୍ବାଚନ ହେବ । 17ରେ ମତଦାନ କରି ଏକପ୍ରକାର ପ୍ରାର୍ଥୀଙ୍କ ଭାଗ୍ୟ ନିରୁପଣ କରିବେ ଭୋଟର । ମେ 2 ରେ ଫଳାଫଳ ବାହାରିବ ।

  • Tags:

Subscribe

National International State Sports Entertainment