ଦିଦିଙ୍କ ଗଡରେ ବଢୁଛି ରାଜନୈତିକ ହିଂସା : ପଶ୍ଚିମବଙ୍ଗରେ ପୁଣି ବିଜେପି କର୍ମୀଙ୍କ ଉପରେ ଆକ୍ରମଣ
Khabar Odisha:Again-Attack-on-BJP-workers-in-West-Bengal

କୋଲକାତା, ଜାନୁଆରୀ ୧୮ (ଖବର ଓଡ଼ିଶା): ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଏବେ ଉଗ୍ର ରୂପ ନେବାରେ ଲାଗିଛି । ଆଜି ପୁଣି ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । ପୂର୍ବରୁ ବିଜେପିର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମର ହୋଇଥିବା ବେଳେ ବର୍ତମାନ ପୁଣି ବିଜେପିର ଏକ ରାଲି ସମୟରେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଛି ।

ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଦିଦିଙ୍କ ଗଡରେ ଏବେ ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । 

ସୂଚନା ଅନୁସାରେ କୋଲକାତାର ଭାରତୀୟ ଜନତା ପାର୍ଟିର ଏକ ରାଲି ହେଉଥିବା ବେଳେ ବିଜେପିର କର୍ମଚାରୀଙ୍କ ଉପରେ କିଛି ଦୁବୁର୍ତ୍ତ ପଥର ଫିଙ୍ଗିଥିଲେ । ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, କୋଲକାତା ବିଜେପିର ରାଜ୍ୟ ସଭାପତି ଦିଲୀପ ଘୋଷ ଓ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ତିତି ଥିଲେ ।

ଆଗକୁ ନିର୍ବାଚନ ଆସୁଥିବା ବେଳେ ବିଜେପିର ମିଶନ ବେଙ୍ଗଲକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚିନ୍ତାରେ ପଡିଛନ୍ତି । ଯାହାକୁ ନେଇ ନିଜ ଗାଦି ବଞ୍ଚାିବାକୁ ଯାଇ ପଶ୍ଚିମବଙ୍ଗରେ ଶାସକ ଦଳ ପକ୍ଷରୁ ଏଭଳି ରାଜନୈତିକ ହିଂସା ହେଉଥିବା ବିରୋଧି ଅଭିଯୋଗ କରିଛନ୍ତି ।

  • Tags:

Subscribe

National International State Sports Entertainment