ଷଢ଼େଇକଳା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି । ଶେଷ ଦିନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଷଢ଼େଇକଳାରେ ଆଜି ଏକ ବିରାଟ ଜନସଭାରେ ଓଡ଼ିଆଙ୍କୁ ସମ୍ବୋଧନ କରିଛନ୍ତି ।
ମୋହନ ମାଝୀ ବିଜେପି ସମର୍ଥିତ ପ୍ରାର୍ଥୀ ଚମ୍ପାଇ ସୋରନଙ୍କ ପାଇଁ ପ୍ରଚାର କରିଛନ୍ତି । କହିଛନ୍ତି ଯେ ଜନସଭାରେ ଲୋକଙ୍କ ଉତ୍ସାହ ଦର୍ଶାଉଛି ଏଥର ଝାଡ଼ଖଣ୍ଡରେ ମଧ୍ୟ ପଦ୍ମ ଫୁଟିବ । ଆଉ ୧୨ ଦିନ ପରେ ଦୁର୍ନୀତିଗ୍ରସ୍ତ ଜେଏମଏମ ସରକାରକୁ ବାଏ ବାଏ କରିବେ ଝାଡ଼ଖଣ୍ଡବାସୀ । ନଭେମ୍ବର ୨୩ରେ ଝାଡ଼ଖଣ୍ଡ ବାସୀ ନୂଆ ସକାଳ ଦେଖିବେ । ଓଡ଼ିଶା ବାସୀ ଯେମିତି ଡବଲ ଇଞ୍ଜିନ ସରକାର ଦ୍ଵାରା ଉପକୃତ ହେଉଛନ୍ତି, ଝାଡ଼ଖଣ୍ଡ ବାସୀ ମଧ୍ୟ ସେମିତି ଉପକୃତ ହେବେ ।
ଝାଡ଼ଖଣ୍ଡରେ ଦୁଇଟି ପର୍ୟ୍ୟାୟରେ ମତଦାନ କରାଯିବ । ଆସନ୍ତା ନଭେମ୍ବର ୧୩ ଏବଂ ୨୦ ତାରିଖରେ ମତଦାନ କରାଯିବ । ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ ।