ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି ଭାରତ ସରକାର। ବାଣିଜ୍ୟ-ଶିଳ୍ପ ବର୍ଗରେ ଉଭୟଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁନ୍ଦର ପିଚାଇର ପ୍ରକୃତ ନାମ ହେଉଛି ସୁନ୍ଦରରାଜନ୍। ସେ ୧୯୭୨ ମସିହାରେ ମଦୁରାଇ (ତାମିଲନାଡୁ) ରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ଚେନ୍ନାଇରେ ବଡ ହୋଇଥିଲେ। ତାଙ୍କ ମାତା ଲକ୍ଷ୍ମୀ ଜଣେ ଷ୍ଟେନୋଗ୍ରାଫର ଏବଂ ପିତା ରଘୁନାଥ ପିଚାଇ ଜଣେ ବୈଦ୍ୟୁତିକ ଇଞ୍ଜିନିୟର ଥିଲେ।
ସେହିପରି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ୧୯ ଅଗଷ୍ଟ ୧୯୬୭ ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ବେଗମ୍ପେଟର ହାଇଦ୍ରାବାଦ ପବ୍ଲିକ୍ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ବୈଷୟିକ ଇଞ୍ଜିନିୟରିଂରେ ପଢିବା ପରେ ସେ ୱିସ୍କନ୍ସିନ୍ ୟୁନିଭରସିଟିରୁ ମାଷ୍ଟର ଅଫ୍ ସାଇନ୍ସ ଏବଂ ଚିକାଗୋ ୟୁନିଭରସିଟିରୁ ଏମବିଏ ଅର୍ଜନ କରିଥିଲେ। ୨୫ ବର୍ଷ ବୟସରେ, ସେ ସର୍ଭର ଗ୍ରୁପ୍ ଭାବରେ ମାଇକ୍ରୋସଫ୍ଟରେ କାମ କରିବା ଆରମ୍ଭ କରିଥିଲେ।