ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି। ସେ ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ଏବଂ ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଷରେ ଚିକିତ୍ସିତ ହେଉଛି । ଯେଉଁମାନେ ଗତ କିଛି ଦିନ ମୋ ସହିତ ଯୋଗାଯୋଗ କରିଥିଲେ, ଦୟାକରି ସମସ୍ତ ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି।
ରାଜ୍ୟରେ ନୂଆ ବର୍ଷରୁ ତିବ୍ର ଗତିରେ କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଥିଲା। ଗତ ସପ୍ତାହରୁ ସଂକ୍ରମଣ ସାମାନ୍ୟ ତଳମୁହାଁ ରହିଛି। ଗତ ୧୯ ତାରିଖରେ ତୃତୀୟ ଲହରରେ ରାଜ୍ୟରେ ସର୍ବାଧିକ ୧୧,୬୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପରଠୁ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିଲା। ଗତ ୨୪ ଘଣ୍ଟାରେ ୬୧,୯୬୯ ନମୁନା ପରିକ୍ଷା ହୋଇଥିବା ବେଳେ ୭,୨୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।