କଂଗ୍ରେସକୁ ଫେରିବେ ଚମ୍ପୁଆ ବିଧାୟକ ସନାତନ ମହାକୁଡ !
Khabar Odisha:Champua-MLA-May-Return-Congress
ଚମ୍ପୁଆ, ୧୯ ଜାନୁଆରୀ (ଖବର ଓଡିଶା)-

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ହେବ ଘରବାହୁଡା  । ୨୦୧୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଧାୟକ ହୋଇଥିବା ସନା ଏଥର କଂଗ୍ରେସ ଟିକେଟ୍ ରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କଥା କଂଗ୍ରେସ ଶିବିରରେ ଚର୍ଚ୍ଚା ଓ ଆଲୋଚନା ହେଉଛି  । ଆସନ୍ତା ୨୪ ତାରିଖରେ ସେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିପାରନ୍ତି  ।

ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମହାକୁଡ ଜନସମୃଦ୍ଧି ପାର୍ଟି ନାଁରେ ଏକ ରାଜନୈତିକ ଦଳ ଗଠନ କରି ଚର୍ଚ୍ଚାକୁ ଆସିଥିଲେ  । ଏପରିକି ନିଜ ଦଳ ବ୍ୟାନରରେ ସେ ଜିଲାର ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ  । ଏପରିକି ତାଙ୍କ ନାଁରେ ଜିଲାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲାଗିଥିବା ଦେଖିବାକୁ ମିଳିଥିଲା  । ଏସବୁ ମଧ୍ୟରେ ସନା ଜିଲ୍ଲାରେ ତାଙ୍କର ସେନା ମାଧ୍ୟମରେ ସଙ୍ଗଠନକୁ ବଢାଇ ଚାଲିଥିବା ବେଳେ ଅତର୍କିତ ଭାବେ ସେ ନିଜ ଦଳରୁ ଇସ୍ତଫା ଦେଇଥିଲେ  । ସ୍ୱାସ୍ଥ୍ୟଗତ ସମସ୍ୟା ଏହାର ମୂଳ କାରଣ ଥିଲା ବୋଲି ଚର୍ଚ୍ଚା ହେଉଥିଲା  ।

ଏବେ କିନ୍ତୁ ସେ କଂଗ୍ରେସ ଦଳରେ ଯୋଗଦାନ କରିବା ନେଇ କଂଗ୍ରେସ ମହଲରେ ଆଲୋଚନା ହେଉଛି  । ପୂର୍ବରୁ ଶ୍ରୀ ମହାକୁଡ କଂଗ୍ରେସ ଟିକେଟରେ ଲଢି ପରାଜୟ ହୋଇଛନ୍ତି  । ୨୦୧୪ରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ  । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ କୁହାଯାଉଥିବା ସନା ଏଥର ହାତ ଧରିବା ସହ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟ୍ ରୁ ଲଢିବେ ବୋଲି ଏବେ କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି  ।

Subscribe

National International State Sports Entertainment