ଯେଉଁ ମାନେ ବିକାଶ ଦୁବେର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ସମସ୍ତେ ଦେଶଦ୍ରୋହୀ - ସହୀଦ ଡିଏସପିଙ୍କ ପତ୍ନୀ
Khabar Odisha:uttar-pradeshkanpurdsp-s-daughters-spoke-chief-minister-kept-his-promise-he-was-like-our-father
କାନପୁର, ଜୁଲାଇ ୧୩ ( ଖବର ଓଡ଼ିଶା):

ମୋ ବାପା ପରିବାର ଚିନ୍ତା ଛାଡି ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ନିଜ ଜୀବନ ହରାଇଲେ । ତାଙ୍କର ଶହୀଦ ହେବା ହିଁ ପ୍ରମାଣିତ ହେଲା ଯେ ସେ ନିର୍ଭୟରେ ଅପରାଧୀଙ୍କୁ ସାମ୍ନା କରୁଥିଲେ । ଅପରାଧୀମାନଙ୍କ ପ୍ରତି ସେ କେବେ ବି ନରମ ଆଭିମୁଖ୍ୟ ଗ୍ରହଣ କରିନଥିଲେ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମ ସହ କଥା ହେବାବେଳେ ଆମକୁ ଆଶ୍ୱାସନା ଦେଇ କହିଥିଲେ ଯେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି । ସେ ଆମକୁ ଦେଇଥିବା ସେହି ପ୍ରତିଜ୍ଞା ପୂରଣ କରିଛନ୍ତି । ଏହା ହେଉଛି ଭଗବାନଙ୍କ ନ୍ୟାୟ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମ ପିତାଙ୍କ ପରି | ମୋର ବିଶ୍ୱାସ ଅଛି ଯେ ଅବଶିଷ୍ଟ ଅପରାଧୀମାନଙ୍କ ବିରୁଦ୍ଧରେ ମଧ୍ୟ ଖୁବ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି । ସହିଦ ଡିଏସପି (ସିଓ ବିଲ୍ଲ୍ହୋର) ଦେବେନ୍ଦ୍ର କୁମାର ମିଶ୍ରଙ୍କ ଝିଅ ବୈଷ୍ଣବୀ ଏବଂ ବୈଶାର୍ଦୀ ଏକ ପତ୍ରିକା ସହ ଆଲୋଚନା କଲାବେଳେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

ଯେଉଁ ମାନେ ବିକାଶ ଦୁବେର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ସମସ୍ତେ ଦେଶଦ୍ରୋହୀ -- ପତ୍ନୀ

ସହିଦ ଡିଏସପିଙ୍କ ପତ୍ନୀ ଆଶା କହିଛନ୍ତି ଯେ ଦେବେନ୍ଦ୍ର ସବୁବେଳେ ନିଜ କାମକୁ ପ୍ରାଥମିକତା ଦିଅନ୍ତି । ନିର୍ଭୟରେ କାର୍ଯ୍ୟ କରନ୍ତି ସେ | କଦାପି କାହାର ଚାପରେ ଆସନ୍ତି ନାହିଁ | କର୍ତ୍ତବ୍ୟ ପାଳନ କରିବା ସମୟରେ ହିଁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବର୍ତ୍ତମାନ ଯେତେବେଳେ ସେହି ପାପି ବିକାଶ ଦୁବେକୁ ଏନକାଉଣ୍ଟର କରି ମାରିଦିଆଯାଇଛି, ଲୋକମାନେ ପ୍ରଶ୍ନ ଉଠାଉଛନ୍ତି | ଏହା ଏକ ଲଜ୍ଜାଜନକ ବିଷୟ। ଏହା ସହିଦମାନଙ୍କ ପାଇଁ ଅପମାନ | ସେ କହିଛନ୍ତି ଯେ ଯେଉଁମାନେ ଏହି ଏନକାଉଣ୍ଟର ଉପରେ ପ୍ରଶ୍ନ କରନ୍ତି ସେମାନେ ମଧ୍ୟ ବିକାଶ ଦୁବେ ଭଳି ମାନସିକତା ରଖୁଥିବା ବ୍ୟକ୍ତି ଅଟନ୍ତି । ସେମାନେ ଦେଶଦ୍ରୋହୀ । ପତ୍ନୀ ଆଶା ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଜେଲରେ ଥିବା ଏସଓ ବିନୟ ତିୱାରୀ ଏବଂ ପୋଲିସ ଅଧିକାରୀ କେ.କେ ଶର୍ମାଙ୍କୁ ମଧ୍ୟ ବିକାଶ ଦୁବେ ଭଳି ସମାନ ଦଣ୍ଡ ଦିଆଯିବା ଉଚିତ୍।

ପତ୍ନୀ ଆଶା କହିଛନ୍ତି ଯେ ଦେବେନ୍ଦ୍ର ସବୁବେଳେ କହୁଥିଲେ ଯେ ମୁଖ୍ୟମନ୍ତ୍ରୀ ଏବଂ ସରକାର ବର୍ତ୍ତମାନ ଶକ୍ତିଶାଳୀ । ଅପରାଧୀମାନେ ବଞ୍ଚିବେ ନାହିଁ । ସେଥିପାଇଁ ସେମାନେ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ | ଆଜି ଯେତେବେଳେ ଏତେ ବଡ ଘଟଣା ଘଟିଲା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମୟରେ ଦୃଢତାର ସହ ପଦକ୍ଷେପ ନେଇଥିଲେ । ଆଜି ବି ସରକାର ନିରନ୍ତର ଭଲ କାମ କରୁଛନ୍ତି | ମୋର ବିଶ୍ୱାସ ଯେ ସରକାର ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବେ । ଦେବେନ୍ଦ୍ର କହିଥଲେ ଯେ ଚାକିରୀକୁ ଆଉ କିଛି ମାସ ବାକି ଅଛି, ତେଣୁ ପୂର୍ଣ୍ଣ ପରିଶ୍ରମ ସହିତ କାମ କରିବାକୁ ପଡିବ | ଅବସର ପରେ ବାକି ଜୀବନ ଆରାମ ମିଳିବ | ସେ କହିଥଲେ ଯେ ଆମ ଉପରେ ରାଜନେତା ଏବଂ ଅଧିକାରୀଙ୍କ ଚାପ ରହିଛି କିନ୍ତୁ ସିଏ(ଦେବେନ୍ଦ୍ର) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଡିଏସପି ସହିଦ ହେବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ଶହୀଦ ଦେବେନ୍ଦ୍ରଙ୍କ ଝିଅ କୁହନ୍ତି ଯେ ବାପା ସେମାନଙ୍କୁ ସବୁବେଳେ ପୁଅ ବୋଲି ଡାକନ୍ତି | ସେ ଯାହା ମାଗିଛନ୍ତି ତାହା ସେ ପୂରଣ କରିଛନ୍ତି | ଅନେକ ଥର, ଯଦି ସେମାନଙ୍କ ଜନ୍ମଦିନ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଡ୍ୟୁଟି ହେତୁ ପହଞ୍ଚି ପାରୁନଥିଲେ, ତେବେ ସିଏ କଲ ଏବଂ ବାର୍ତ୍ତା ଦେଇ ଆମକୁ ଶୁଭେଚ୍ଛା ଜଣାଉଥିଲେ |

ଆଶା କହିଛନ୍ତି ଯେ ଯେତେବେଳେ ସେ ପ୍ରୟାଗରାଜରେ ଜିଆରପିରେ କାର୍ଯ୍ୟ କରୁଥିଲେ ଥରେ ଜଣେ କୁଖ୍ୟାତ ବଦମାଶକୁ ଧରିବା ପାଇଁ ଯାଇଥିଲେ । ଅନେକ ଅଧିକାରୀ ସେହି ଇପରାଧୀକୁ ଧରିବା ପାଇଁ ତାଙ୍କୁ ମନା କରୁଥିଲେ କିନ୍ତୁ ସେ ରାଜି ହୋଇନଥିଲେ । ବରଂ ତା ଘର ମଧ୍ୟରେ ପ୍ରବେଶ କରି ତାକୁ ଧରିଥିଲେ |

ସହିଦ ଡିଏସପିଙ୍କ ବଡ ଝିଅ ବୈଷ୍ଣବୀ ଏବେ ବିଏସସି ପଢୁଛନ୍ତି । ସହିଦ ଦେବେନ୍ଦ୍ରଙ୍କ ଇଚ୍ଛା ଥିଲା ତାଙ୍କ ଝିଅ ଡାକ୍ତର ହେଉ ବୋଲି ସେଥିପାଇଁ ସେ ଝିଅକୁ ଡାକ୍ତରୀ ପ୍ରସ୍ତୁତି କରାଉଥିଲେ । କିନ୍ତୁ ବର୍ତ୍ତମାନ ବୈଷ୍ଣବୀ କହିଛନ୍ତି ଯେ ସେ ପୋଲିସରେ ଭର୍ତ୍ତି ହେବେ ଏବଂ ଅପରାଧୀଙ୍କୁ ଏକ ଶିକ୍ଷା ଦେବେ । ତାଙ୍କ ପିତା ଯେଉଁଠାରୁ ଶେଷ କରିଛନ୍ତି ସେଠାରୁ ସେ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |

  • Tags:

Subscribe

National International State Sports Entertainment