ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ମଙ୍ଗଳବାର ସଂସଦର ବଜେଟ ଅଧିବେଶନ ସମୟରେ ଲୋକସଭାରେ ଏକ ଆର୍ଥିକ ବର୍ଷରେ ମନରେଗାରେ ରାଜ୍ୟଗୁଡ଼ିକୁ ଦିଆଯାଇଥିବା ପାଣ୍ଠି ବାବଦରେ ସୂଚନା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କେନ୍ଦ୍ର ସରକାରୀ କୌଣସି ରାଜ୍ୟ ସହିତ ଭେଦଭାବ କରି ନାହାଁନ୍ତି । ସେ ତାମିଲନାଡୁ ହେଉ କିମ୍ବା ପଶ୍ଚିମବଙ୍ଗ ମୋଦୀ ସରକାର କୌଣସି ରାଜ୍ୟ ସହିତ ପକ୍ଷପାତିତା କରି ନାହାଁନ୍ତି ଏପରିକି ତାମିନଲନାଡ଼ୁ ଉତ୍ତରପ୍ରଦେଶ ତୁଳନାରେ ଅଧିକ ଅନୁଦାନ ଦିଆଯାଇଛି । ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ପରେ ଡିଏମକେ ସାଂସଦମାନେ ପ୍ରତିବାଦ କରିଚନ୍ତି ।
ସଂସଦର ପ୍ରଶ୍ନକାଳରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ଅଧୀନରେ ପାଣ୍ଠି ଜାରି କରିବାରେ କେନ୍ଦ୍ର ସରକାର କେବେବି କୌଣସି ରାଜ୍ୟ ସହିତ ପକ୍ଷପାତ କରିନାହାଁନ୍ତି । ମନରେଗା ଅଧିନରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ପାଣ୍ଠିର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଛି। କାମ ବାଣ୍ଟି ଠିକାଦାରଙ୍କୁ ନୋମିନି ଆଧାରରେ ଦିଆଯିବା ପରେ ମାମଲା ସାମ୍ନାକୁ ଆସିଥିଲା। ଏକ ଅଡିଟ୍ ଦଳ ପଠାଇଯାଇଥିଲା । ସେମାନେ ୪୪ଟି କାମରେ ଅନିୟମିତତା ହୋଇଥିବା ଧରିଥିଲେ । ୩୪ଟି ମାମଲାରେ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହୋଇଛି । ଆହୁରି ୧୦ଟି କାମ ସମାପ୍ତ ହେବାକୁ ବାକି ଅଛି। ଏହି ଆର୍ଥିକ ଅନିୟମିତତା ୫.୩୭ କୋଟି ଟଙ୍କାର ଥିଲା । ଏଥିମଧ୍ୟରୁ ୨.୩୯ କୋଟି ଟଙ୍କା ପୁନରୁଦ୍ଧାର ହୋଇଛି । ଏବେବି କିଛି ମାମଲାକୁ ଯାଞ୍ଚ କରାଯାଉଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସମସ୍ତ ପ୍ରସଙ୍ଗ ଉପରେ ଧ୍ୟାନ ଦେବୁ । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ (ଶିବରାଜ ସିଂହ ଚୌହାନ) ରାଜ୍ୟମନ୍ତ୍ରୀଙ୍କ ସହ ବସି ସମସ୍ୟାଗୁଡ଼ିକର ସମାଧାନ କରିବେ । ତାଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଡିଏମକେ ସାଂସଦମାନେ କହିଛନ୍ତି ଯେ ତାମିଲନାଡୁ ଗତ ପାଞ୍ଚ ମାସ ଧରି ମନରେଗା ଅଧୀନରେ ୪,୦୩୪ କୋଟି ଟଙ୍କା ପ୍ରଦାନ ପାଇଁ ଅପେକ୍ଷା କରିଛି। ଏହାର ଉତ୍ତରରେ, କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଆବଶ୍ୟକତା ଉପରେ ଆଧାରିତ ଏବଂ ଯଦି ୧୫ ଦିନରୁ ଅଧିକ ସମୟ ପାଇଁ ଦେୟ ଦେବାରେ ବିଳମ୍ବ ହୁଏ, ତେବେ ଶ୍ରମିକମାନଙ୍କୁ ସୁଧ ସହିତ ଦେୟ ଦିଆଯିବ । ସେ କହିଛନ୍ତି ଯେ ପୂର୍ବ ୟୁପିଏ ସରକାର ଦ୍ୱାରା ମନରେଗା କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏଥିରେ ଏକ ବ୍ୟବସ୍ଥା ଅଛି ଯେ ୧୫ ଦିନରୁ ଅଧିକ ବିଳମ୍ବ ପାଇଁ ୦.୦୫ ପ୍ରତିଶତ ସୁଧ ଜରିମାନା ଦେବାକୁ ପଡିବ।
କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଯେ ଆଇନ ଅନୁଯାୟୀ, ଯଦି ବିଳମ୍ବ ହୁଏ, ତେବେ ରାଜ୍ୟ ସରକାର ପ୍ରାରମ୍ଭରେ ଟଙ୍କା ଦେବେ ଏବଂ କେନ୍ଦ୍ର ସରକାର ଏହାକୁ ପରିଶୋଧ କରିବେ । ତାମିଲନାଡୁ ପୂର୍ବରୁ ୭,୩୦୦ କୋଟି ଟଙ୍କା (ଏହି ଆର୍ଥିକ ବର୍ଷ) ପାଇସାରିଛି। ଏହା ପୂର୍ବରୁ ମଧ୍ୟ, ୭ କୋଟି ଜନସଂଖ୍ୟା ବିଶିଷ୍ଟ ତାମିଲନାଡୁ ୧୦,୦୦୦ କୋଟି ଟଙ୍କାରୁ ଅଧିକ ପାଇଥିଲା । ୨୦ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର ପ୍ରଦେଶ ପ୍ରାୟ ୧୦,୦୦୦ କୋଟି ଟଙ୍କା ପାଇଛି । ତେଣୁ ଏଠାରେ ପକ୍ଷପାତର କୌଣସି ପ୍ରଶ୍ନ ଉଠୁ ନାହିଁ ।
ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ମଧ୍ୟ ସଂସଦରେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଥିଲେ। ସେ ଗୃହକୁ କହିଥିଲେ ଯେ ତାମିଲନାଡୁ ହେଉ କି ପଶ୍ଚିମବଙ୍ଗ, ମୋଦି ସରକାର କେବେବି କୌଣସି ରାଜ୍ୟ ସହିତ ପକ୍ଷପାତ କରିନାହାଁନ୍ତି । ସାମଗ୍ରୀ ଖର୍ଚ୍ଚ ସମେତ ବାକି ଥିବା ମନରେଗା ଦେୟ ଖୁବ୍ ଶୀଘ୍ର ପ୍ରଦାନ କରାଯିବ । ୟୁପିଏ ଅଧୀନରେ, ୨୦୦୬-୦୭ ରୁ ୨୦୧୩-୧୪ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ମାନବ ଦିବସ ପାଇଁ କେବଳ ୧୧୧ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯେତେବେଳେ ଏନଡିଏ ଅଧୀନରେ ଆମେ ୨୩୯ କୋଟି ମାନବ ଦିବସ ସୃଷ୍ଟି କରିଛୁ ଏବଂ ୫୪,୫୧୫ କୋଟି ଟଙ୍କା ଆବଣ୍ଟିତ କରିଛୁ।