ନୂଆଦିଲ୍ଲୀ: ଦୁଷ୍କର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ଆହ୍ଲାବାଦ ହାଇକୋର୍ଟକୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଶୁଣାଣି କରିଛନ୍ତି ।
ବଳାତ୍କାର ମାମଲାର ଶୁଣାଣି ସମୟରେ, ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ମହିଳା ନିଜେ ଅସୁବିଧାକୁ ନିମନ୍ତ୍ରଣ କରିଥିଲେ ଏବଂ ତାଙ୍କ ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ସେ ନିଜେ ଦାୟୀ। ହାଇକୋର୍ଟଙ୍କ ଏହି ମନ୍ତବ୍ୟରେ ସୁପ୍ରିମକୋର୍ଟ ବହୁତ କ୍ଷୁବ୍ଧ।
ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟକୁ ପ୍ରଶ୍ନ ଉଠାଇଛନ୍ତି । ଜଷ୍ଟିସ୍ ବି.ଆର. ଗବାଇ ଏବଂ ଏଜି ମାସିହଙ୍କ ଖଣ୍ଡପୀଠ ସୋ-ମୋଟୁ ବା ସ୍ୱତଃସ୍ପୃତ ବିଚାର କରିଛନ୍ତି । ମହିଳା ଜଣକ ନିଜେ କିପରି ବିପଦକୁ ନିମନ୍ତ୍ରଣ କରୁଛନ୍ତି, ଏହା କିପରି କଥାବାର୍ତ୍ତା ? ଏପରି କେମିତି କହିପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଏପରି ବୟାନ ଦେବା ଉଚିକ ନୁହେଁ । ବିଚାରପତିମାନେ ଏପରି ମନ୍ତବ୍ୟ ଦେବାବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାର ଜଣେ ମହିଳା ଜାନୁଆରୀ ୧୨, ୨୦୨୨ରେ ଅଭିଯୋଗ କରିଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ୧୪ ବର୍ଷିୟା ଝିଅ ସହିତ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ, ଗାଁର ତିନି ଜଣ ଯୁବକ ପବନ, ଆକାଶ ଏବଂ ଅଶୋକଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ମୋତେ ବାଇକରେ ଘରେ ଛାଡ଼ି ଦେବାକୁ କହିଥିଲେ । ମହିଳା ଜଣକ ତାଙ୍କ ଝିଅକୁ ସାଇକେଲ ଉପରେ ବସାଇଲେ। ଏପରି ପରିସ୍ଥିତିରେ, ତିନି ଜଣ ଯୁବକ ବାଟରେ ଝିଅର ପୋଷାକ ଖୋଲିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ତିନି ଅଭିଯୁକ୍ତ ପିସ୍ତଲ ଦେଖାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ମାମଲାର ଶୁଣାଣି ସମୟରେ, ହାଇକୋର୍ଟ କହିଥିଲେ ଯେ ମହିଳା ଜଣକ ନିଜେ ଅସୁବିଧାକୁ ନିମନ୍ତ୍ରଣ କରିଛନ୍ତି ।
ତେବେ ଆହ୍ଲାବାଦ ହାଇକୋର୍ଟର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଆଉ ଏକ ଦୁଷ୍କର୍ମ ମାମଲାରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ମାର୍ଚ୍ଚ ୧୭ ତାରିଖରେ ଏକ ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଜଣେ ଝିଅର ଛାତି ଧରିବା ଏବଂ ତାଙ୍କ ସାଲୱାରର ସୂତା ଟାଣିବା ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ । ଏହି ମାମଲାକୁ ମଧ୍ୟ ବିଚାରକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ ।