ଅନ୍ଧବିଶ୍ୱାସର ପ୍ରଭାବ:ରୋଗୀର ହାତରେ ଲାଗିଥିଲା ସାଲାଇନ୍‌,ସେପଟେ ଚଟାଣରେ ବସି ଝଡ଼ାଫୁଙ୍କା କରୁଛି ତାନ୍ତ୍ରିକ
Khabar Odisha:superstition-man-admit-government-hospital-snake-bite-tantrik-supoul-tsts
ବିହାର, ସେପ୍ଟେମ୍ବର 19 (ଖବର ଓଡ଼ିଶା):

ବର୍ତ୍ତମାନ ସମୟରେ ମେଡ଼ିକାଲ ସାଇନ୍ସ ଯେତେ ଆଗକୁ ଯାଊଛି ଲୋକମାନଙ୍କ ସେହି ଅନ୍ଧବିଶ୍ୱାସ ସେତିକି ତଳେ ଅଛି । ଏପରି ଗୋଟିଏ ରୋଗୀର ଜୀବନ ବଚାଂଇବା ପାଇଁ ଗୋଟିଏ ଡ଼ାକ୍ତରଙ୍କ ଉପରେ ଭରସା ନକରି ଗୋଟିଏ ତାନ୍ତ୍ରିକ ଉପରେ ଅଧିକ ଭରସା କରାଯାଉଛି । ଏପରି ଘଟଣାକୁ ସାମ୍ନାକୁ ଆସିଛି ବିହାରର ସୁପୌଲ ଜିଲ୍ଲାରୁ । 

ସୁଚନା ମୁତାବକ ସେହି ଗ୍ରାମରେ ବାସ କରୁଥିବା ଜଣେ ଯୁବକଙ୍କୁ ଗତକାଲି ରାତିରେ ସାପ କାମୁଡ଼ିଥିଲା ଫଳରେ ପରିବାର ଲୋକ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ଅବସ୍ଥା ଅତି ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ସାଲାଇନ୍ ଲଗାଇ ବିଶ୍ରାମ କରିବାକୁ କହିଥିଲେ ଡ଼ାକ୍ତର ହେଲେ ଏହି ସମୟରେ ପରିବାର ଲୋକ ରୋଗୀ ଶୀଘ୍ର ଭଲ ହେବା ପାଇଁ ଗାଁରେ ଥିବା ଜଣେ ତାନ୍ତ୍ରିକର ସାହାର୍ଯ୍ୟ ନେଇଥିଲେ । 

ଯେଉଁ ଭିଡ଼ିଓରେ ଦେଖିବାକୁ ମିଳୁଛି ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଚଟାଣରେ ରୋଗୀକୁ ବସାଇ ତାନ୍ତ୍ରିକ ଜଣକ ଛଡ଼ାଫୁଙ୍କା କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଝଡ଼ାଫୁଙ୍କାରେ କୌଣସି ସୁଫଳ ନମିଳିବା କାରଣରୁ ପୁଣି ଜୀବନ ବଂଚାଇବାକୁ ଡ଼ାକ୍ତରଙ୍କ ପାଖରେ ଶରଣ ପସିଥିଲେ ପରିବାର ଲୋକ । ସବୁଠାରୁ ବଡ଼ କଥା ହେଲା ଡ଼ାକ୍ତରଙ୍କ ଯଥେଷ୍ଟ ଚେଷ୍ଟା ଫଳରେ ସେହି ଯୁବକଙ୍କୁ ବଚାଂଇବା ସମ୍ଭବ ହୋଇପାରିଲା । ସେହି ଭିଡ଼ିଓରେ ଉତ୍ତୋଳନ କରିଥିବା ଉକ୍ତ ଯୁବକଙ୍କୁ ମଧ୍ୟ ପାଟିତୁଣ୍ଡ କରିଯାଇଥିବା ଦେଖିବାକୁ ମିଳିଥିଲା

  • Tags:

Subscribe

National International State Sports Entertainment