KBC ଜୁନିଅର ହଟସିଟରେ କମାଲ କରୁଛନ୍ତି ଓଡ଼ିଆ ପୁଅ । ଲୋକପ୍ରିୟ ଟେଲିଭିଜନ ଶୋ କୌନ ବନେଗା କରୋଡ଼ପତି ଜୁନିୟର ହଟ ସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତ ନିଜର କମାଲ ଦେଖାଇଛନ୍ତି । ଲଗାତାର ଭାବେ ୧୩ ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ୨୫ ଲକ୍ଷ ତାଙ୍କ ପୁରସ୍କାର ଜିତିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।
ସମସ୍ତଙ୍କର ସ୍ବପ୍ନ ଥାଏ KBC ରେ ଭାଗ ନେବା ପାଇଁ । ସେହିଭଳି KBC ର ହଟସିଟ ରେ ବସିବା ପାଇଁ ଆତ୍ୟୁକ୍ତଙ୍କର ମଧ୍ୟ ସ୍ବପ୍ନ ଥିଲା । ତେବେ ମାତ୍ର ୧୦ ବର୍ଷ ବୟସରେ କେବିସି ହଟ୍ ସିଟ୍ରେ କମାଲ କରିଛନ୍ତି ଓଡ଼ିଆ ପୁଅ ଅତ୍ୟୁକ୍ତ ବେହୁରାୟ ।୧୬ ଟି ପ୍ରସନରୁ ୧୩ ପ୍ରଶ୍ନର ସଠିକ ଉତ୍ତର ଦେଇ ପୁରସ୍କାର ରାଶି ଜିତିବା ସହ ବିଗ୍ ବି'ଙ୍କୁ ଓଡ଼ିଆ ଭାଷା ମଧ୍ୟ ଶିଖାଇଛନ୍ତି । ଖାଲି ସେତିକି ନୁହେଁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଏହି ବାଳକ କୋରିଆନ ଭାଷାରେ ଆଙ୍କରିଂ କରିଛନ୍ତି। ୧୫ ତମ ସଂସ୍କରଣ KBC ସୋରୁ ଫେରିବା ପରେ ତାଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଭବିଷ୍ୟତରେ ଭାରତୀୟ ନୌସେନାରେ ସାମିଲ ହେବାକୁ ତାଙ୍କର ସ୍ବପ୍ନ ରହିଛି ବୋଲି ଆତ୍ୟୁକ୍ତ କହିଛନ୍ତି ।
ଅଧିକ ପଢନ୍ତୁ :ଦେବଦୂତ ସାଜିଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି