ଆଜି ୬୬ବର୍ଷରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗ୍ରାମରେ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୂଳ ନାମ ପୁତି ଟୁଡୁ ଥିଲା । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ତାଙ୍କ ନାମ ଅନେକ ଥର ପରିବର୍ତ୍ତନ କରାଯାଇଥିଲା ଏବଂ ଅତୀତରେ ତାଙ୍କୁ ଦୁର୍ପାଦି, ଡୋର୍ପଦି ଆଦି ନାମ ମଧ୍ୟ ଦିଆଯାଇଥିଲା । ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା ହିଲରେ ପହଞ୍ଚି ମହିଳାଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଏବଂ କଠିନ ପରିଶ୍ରମ ଓ ଅନେକ ବାଧାବିଘ୍ନକୁ ସମ୍ମୁଖିନ କରି ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିଛନ୍ତି।
ଓଡ଼ିଶା ରାଜନୀତରୁ ଝାଡଖଣ୍ଡର ରାଜ୍ୟପାଳ ଏବଂ ପରେ ରାଷ୍ଟ୍ରପତି ହୋଇଛନ୍ତି। ୨୦୨୨ ମସିହା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି। ଆଉ ଆଜି ତାଙ୍କ ଜନ୍ମଦିନ ଅବସରରେ ମହାମହିମଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସୋସିଆଲ ମିଡିଆ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ଇଛନ୍ତି । ଏହାସହ ତାଙ୍କର ଦୀର୍ଘ ଜୀବନ ଏବଂ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।