ଆମେ ଭୁଲିବା ନାହିଁ ‘ଲକ୍‌ଡାଉନ୍’ ଚାଲିଯାଇଛି ହେଲେ ‘ଭାଇରସ୍’ ନୁହେଁ :ପ୍ରଧାନମନ୍ତ୍ରୀ
Khabar Odisha:pm-speech-on-corona-and-festival
ନୂଆଦିଲ୍ଲୀ, ଅକ୍ଟୋବର ୨୦ (ଖବର ଓଡ଼ିଶା)

ନିଜର ଦାୟିତ୍ୱବୋଧ ସହ ଜୀବନ ଏବଂ ଜୀବିକା ପାଇଁ ବାହାରକୁ ବାହାରୁଛନ୍ତି । ପାର୍ବଣ ଯୋଗୁଁ ବଜାରରେ ଏବେ ଗତିବିଧି ବୃଦ୍ଧି ପାଇଛି । ପାର୍ବଣର ଏହି ଋତୁରେ ବଜାରରେ ଗହଳି ବୃଦ୍ଧି ପାଇଥିଲେ ମଧ୍ୟ ଆମେ ଭୁଲିବା ନାହିଁ ଲକ୍‌ଡାଉନ୍ ଚାଲିଯାଇଛି ଭାଇରସ୍ ନୁହେଁ । ଭାରତରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ବହୁତ କମ୍ । ବହୁ ଲୋକ ଏଥିରୁ ଆରୋଗ୍ୟ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ସବୁ ମୁଖ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି

ଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ କୋଭିଡ୍ ଯୋଦ୍ଧା କରୋନା ନିୟନ୍ତ୍ରଣ ପାଇଁ ବେଶ୍ କିଛି କରୁଛନ୍ତି । ଏବେ ଆମେ କରୋନା ଚାଲିଗଲା ବୋଲି ଭାବିବା ଉଚିତ୍ ନୁହେଁ । ଏବେ ଆମେ ଅନେକ ଭିଡିଓ ଓ ଫଟୋରେ ଦେଖୁଛେ ଲୋକମାନେ କରୋନା କଟକଣା ମାନିବା ବନ୍ଦ କରିଦେଇଛନ୍ତି । ଆପଣ ବିନା ମାସ୍କରେ ବାହାରକୁ ବାହାରୁଛନ୍ତି ମାନେ ନିଜକୁ ନିଜ ପରିବାରର ଛୋଟ ଶିଶୁଙ୍କୁ ଏବଂ ପରିବାର ଲୋକଙ୍କୁ ବିପଦରେ ପକାଉଛନ୍ତି । ୟୁରୋପ ଆମେରିକା ପରି ଦେଶରେ କରୋନା କମିଥିଲା । ଏବେ କିନ୍ତୁ ତାହା ବୃଦ୍ଧି ପାଇଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କବୀର ଦାସଙ୍କ ଦୋହାକୁ ମନେ ପକାଇଥିଲେ। କରୋନା ନଯିବା ପର୍ଯ୍ୟନ୍ତ ଟିକା ନ ବାହାରିବା ପର୍ଯ୍ୟନ୍ତ କରୋନା ବିରୋଧରେ ଲଢେଇକୁ ଆମେ ମାନେ ବନ୍ଦ କରିବା ନାହିଁ । ପୁରା ବିଶ୍ୱରେ କାମ ଚାଲିଛି । ଭାରତରେ ବୈଜ୍ଞାନିକମାନେ ଅନେକ ଟିକା ଉପରେ ବେଶ୍ ସଫଳ ଓ ସୁରକ୍ଷା ଭାବରେ କାମ କରୁଛନ୍ତି । ଭାକ୍‌ସିନ୍ ବାହାରିବା ମାତ୍ରେ ଲୋକଙ୍କ ପାଖରେ ଶୀଘ୍ର କିପରି ପହଞ୍ଚିବ ସେଥିପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୋଦି କହିଛନ୍ତି । ସମାଜିକ ଦୂରତା , ମାସ୍କ ପିନ୍ଧିବା , ସାବୁନରେ ହାତ ଧୋଇବା ପାଇଁ ପ୍ରଯତ୍ନ କରିବା । ମିଡିଆର ବନ୍ଧୁ ସୋସିଆଲ୍ ମିଡିଆରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସଚେତନତା କରିବା ପାଇଁ ନିବେଦନ କରିଛନ୍ତି । ଲୋକମାନଙ୍କୁ ସଚେତନ କରିବା ଦେଶର କାର୍ଯ୍ୟ ବୋଲି କହିଛନ୍ତି । ଏହି ଅବସରେ ସେ ନବରାତ୍ର, ଦଶହରା, ଇଦ, ଗୁରୁନାନକ ଜୟନ୍ତୀ ଏବଂ ଛଟପୂଜାର ଶୁଭେଚ୍ଛା ଦେଇଛନ୍ତି ।

  • Tags:

Subscribe

National International State Sports Entertainment