ସୋମବାର ମଧ୍ୟପ୍ରଦେଶର ଇନ୍ଦୋରରେ ପେଟିଏମର ଜଣେ ଫିଲ୍ଡ ମ୍ୟାନେଜରଙ୍କ ଦେହାନ୍ତ ହୋଇଛି । ୪୦ ବର୍ଷୀୟ ଗୌରବ ଗୁପ୍ତା ନିଜ ବାସଗୃହରେ ଜୀବନ ହାରିଛନ୍ତି । ସ୍ଥାନୀୟ ପୋଲିସଙ୍କ ସୂଚନା ଅନୁଯାୟୀ, ପେଟିଏମ କମ୍ପାନୀ ବନ୍ଦ ହୋଇଯିବା ଭୟରେ ଏବଂ ଚାକିରୀ ଯିବା ଭୟରେ ଜୀବନ ହାରିଛନ୍ତି । ଏନେଇ କୌଣସି ଚିଠି କିମ୍ଭା ଉପଯୁକ୍ତ ପ୍ରମାଣ ମିଳିନଥିଲେ ମଧ୍ୟ ଏହି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, ଗୌରବ କମ୍ପାନୀ ବନ୍ଦ ହୋଇଯିବା ଭୟରେ ଗତ କିଛି ଦିନ ହେବ ଚିନ୍ତାରେ ଥିଲେ । ଯାହାକୁ ନେଇ ଜୀବନ ହାରିଥିବା କୁହାଯାଉଛି । ପରିବାରରେ ଗୌରବଙ୍କ ବାପା ଓ ମା ହୃଦ ରୋଗୀ ହୋଇଥିବାରୁ ସେମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନଥିଲା । ସୋମବାର ମୃତଦେହ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।
ଅନ୍ୟପକ୍ଷରେ ଅଡିଟ୍ ରିପୋର୍ଟରେ ହୋଇଥିବା ଅନିୟମିତତାକୁ ନେଇ ଆରବିଆଇ ପେଟିଏମକୁ ଚେତାବନୀ ଦେଇଥିଲା । ବାରମ୍ବାର ଅନିୟମିତତା ଲକ୍ଷ୳ କରିବା ପରେ ଆରବିଆଇ ପେଟିଏମକୁ ବ୍ୟାନ କରିବାକୁ ନିଷ୍ପତି ନେଇଥିଲା । ଏହା ସହ ସୋମବାର ପେଟିଏମର ଅଧ୍ୟକ୍ଷ ବିଜୟ ଶେଖର ଶର୍ମା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।
ଅଧିକ ପଢନ୍ତୁ : ଯବାନଙ୍କ ଗୁଳିରେ ୪ ମାଓବାଦୀ ନିପାତ