ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଯବାନଙ୍କୁ ମିଳିଲା ବଡ଼ ସଫଳତା । ଯବାନଙ୍କ ଗୁଳିରେ ୪ ମାଓବାଦୀ ନିପାତ । ସୂଚନା ଅନୁସାରେ, ଛତିଶଗଡ଼ ବିଜାପୁରରେ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ଖବର ଯବାନଙ୍କୁ ମିଳିଥିଲା । ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ମାଓବାଦୀମାନେ ଏ ଖବର ପାଇ ଯବାନମାନଙ୍କ ଉପରକୁ ଗୁଳି ଚାଳନ କରିଥିଲେ । କିଛି ସମୟ ମଧ୍ୟରେ ସର୍ଚ୍ଚ ଅପରେସନ ଗୁଳି ଚାଳନରେ ପରିଣତ ହୋଇଯାଇଥିଲା । ଏହି ଗୁଳି ଚାଳନରେ ଯବାନଙ୍କୁ ମିଳିଛି ସଫଳତା । ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏ ପର୍ଯ୍ୟନ୍ତ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।