ଜାତୀୟ ଅନୁସନ୍ଧାନ ଏଜେନ୍ସି କାନାଡା, ଆମେରିକା, ଦୁବାଇ ସମେତ ଅନେକ ଦେଶରେ ଅବସ୍ଥିତ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ ୧୯ ଜଣ ଆତଙ୍କବାଦୀଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ଭାରତ ବିରୋଧରେ ପ୍ରଚାର କରୁଛନ୍ତି।
ଭାରତ ଏବଂ କାନାଡା ମଧ୍ୟରେ ବିବାଦ ପରେ ଜାତୀୟ ସୁରକ୍ଷା ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦେଶୀ ମାଟିରେ ବସି ଭାରତ ବିରୋଧୀ ଷଡଯନ୍ତ୍ର କରୁଥିବା ୧୯ ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନଆଇଏ ଏକ ନୂତନ ତାଲିକା ପ୍ରକାଶ କରିଛି। ବର୍ତ୍ତମାନ ଏହି ଆତଙ୍କବାଦୀଙ୍କ ଆୟର ଉତ୍ସ ଏବଂ ଭାରତରେ ଅବସ୍ଥିତ ସେମାନଙ୍କ ସମ୍ପତ୍ତି ବିରୋଧରେ ଏଜେନ୍ସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଭାରତରେ ଆମେରିକାର ନିଷିଦ୍ଧ ସଂଗଠନ 'ଶିଖ ଫର ଜଷ୍ଟିସ'ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁଙ୍କ ସମ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏହି ନୂତନ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କାନାଡା, ଦୁବାଇ, ଆମେରିକା, ମାଲେସିଆ, ବ୍ରିଟେନ ଭଳି ଦେଶରେ ବସି ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ୧୯ ଜଣ ଖାଲିସ୍ତାନୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ।
ଏନଆଇଏ ତାଲିକାରେ ଥିବା ୧୯ ଜଣ ଖାଲିସ୍ତାନୀଙ୍କ ନାମ
୧. ପରମଜୀତ ସିଂ ପମା- ବ୍ରିଟେନ, ୨. ବାଧବା ସିଂ ବାବର- ପାକିସ୍ଥାନ, ୩. କୁଲୱନ୍ତ ସିଂ ମୁଥାଡା - ବ୍ରିଟେନ, ୪. ଜେଏସ ଧାଲୀୱାଲ- ଆମେରିକା, ୫. ସୁଖପାଲ ସିଂ- ବ୍ରିଟେନ, ୬. ହରପ୍ରୀତ ସିଂ ଛଦ୍ମନାମ ରାଣା ସିଂ- ଆମେରିକା ୭. ସରବଜିତ୍ ସିଂ ବେନୁର- ବ୍ରିଟେନ, ୮. କୁଲୱନ୍ତ ସିଂ ଛଦ୍ମନାମ କାନ୍ତା - ବ୍ରିଟେନ ୯. ହାରଜପ ସିଂ ଛଦ୍ମନାମ ଜାପୀ ସିଂ- ଆମେରିକା, ୧୦. ରଞ୍ଜିତ ସିଂ ନୀତା- ପାକିସ୍ଥାନ, ୧୧. ଗୁରୁମିତ ସିଂ ଛଦ୍ମନାମ ବାଗା ବାବା- କାନାଡା, ୧୨. ଗୁରୁପ୍ରୀତ ସିଂ ଛଦ୍ମନାମ ବାଗି- ବ୍ରିଟେନ ୧୩. ଜସମିତ ସିଂ ହାକିମଜାଦା - ଦୁବାଇ, ୧୫. ଲଖବୀର ସିଂ ରୋଡି- କାନାଡା, ୧୬. ଅମରଦୀପ ସିଂ ପୁରେୱାଲ- ଆମେରିକା, ୧୭. ଜତିନ୍ଦର ସିଂ ଗ୍ରୁୱାଲ- କାନାଡା, ୧୮. ଦୁପିନ୍ଦର ଜିଟ୍- ବ୍ରିଟେନ୍, ୧୯. ଏସ୍ ହିମ୍ମତ ସିଂଙ୍କ - ଆମେରିକା
ଅଧିକ ପଢନ୍ତୁ: ଉତ୍ତରପ୍ରଦେଶର ମାରୁତି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ : ୧୬ଟି କାରରେ ଲାଗିଲା ନିଆଁ