ବୀମା ରାଶି ପାଇବାକୁ ନିଜକୁ ନିଜେ ହତ୍ୟା କରିବାକୁ ସୁପାରି ଦେଇଥିଲେ ଯୁବକ
Khabar Odisha:national-odisha-rajastan-a-young-man-murdered-himself-for-insurance-money
ଭିଲୱାରା, ସେପ୍ଟେମ୍ବର ୧୧ (ଖବର ଓଡିଶା) :

ନିଜକୁ ହତ୍ୟା କରିବାକୁ ସୁପାରି ଦେଇଥିବା ଏକ ଘଟଣା ରାଜସ୍ଥାନର ଭିଲୱାରାରେ ଗଭୀର ଆଲୋଡନ ସୃଷ୍ଟି କରିଛି। ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ଜଣେ ଯୁବକ ବୀମା ରାଶି ପାଇବାକୁ ନିଜକୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ମୃତକଙ୍କ ନାମ ବଲବୀର ଖରୋଲ। ଏକ ଦଉଡି ସାହାଯ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ପର୍ଦ୍ଦାଫାସ୍ ହୋଇଛି।

ରାଜସ୍ଥାନର ଭିଲୱାରାରେ ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି। ଆର୍ଥିକ ଅନାଟନ କାରଣରୁ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଛି। ତେବେ ତାଙ୍କର ଏହି ମୃତ୍ୟୁ ଅସ୍ଵାଭାବିକ ଥିଲା। ଯୁବକ ଜଣକ ନିଜକୁ ହତ୍ୟା କରିବାକୁ ସୁପାରି କିଲରଙ୍କୁ ୮୦ ହଜାର ଟଙ୍କା ସୁପାରୀ ଦେଇଥିଲେ। କାରଣ ତାଙ୍କର ମୃତ୍ୟୁ ପରେ ତାଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବାର ଥିଲା। ଯାହା ଫଳରେ ମୃତ ଯୁବକ ଏହି ରାସ୍ତା ଆପଣେଇ ଥିଲେ। ତେବେ ଉକ୍ତ ଯୁବକଙ୍କ ମୃତ୍ୟୁ ପରେ ରାଜସ୍ଥାନ ପୁଲିସ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ୍ କରିଛି। ବଲବୀରଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା। ତେଣୁ ପରିବାରର ସ୍ଵଚ୍ଛଳ ପାଇଁ ବୀମା ଟଙ୍କା ପାଇବାକୁ ବଲବୀର ଏଭଳି ଯୋଜନା କରିଥିଲେ। ଯୋଜନା ମୁତାବକ ଦୁଇ ସୁପାରି କିଲର ବଲବୀରଙ୍କୁ ଏକ ଦଉଡି ଚିପି ହତ୍ୟା କରିଥିଲେ।

Subscribe

National International State Sports Entertainment