ପିଏମଓରେ ମୋଦୀଙ୍କ ଉଦବୋଧନ, କହିଲେ ପ୍ରଭାବୀ ନୁହେଁ ଦକ୍ଷ ହୁଅ
Khabar Odisha:national-odisha-narendra-modi-addressed-in-pmo
ନୂଆଦିଲ୍ଲୀ, ମେ ୨୫(ଖବର ଓଡିଶା):

ସପ୍ତଦଶ ଲୋକସଭା ପାଇଁ ଦେଶର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୁଣି ଭରସା କରିଛନ୍ତି । ଭାରତୀୟ ଜନତା ପାର୍ଟି ଏକାକି ୩୦୨ଟି ଆସନରେ ଐତିହାସିକ ବିଜୟ ହାସଲ କରିଛି । ଏହାସହ ବିଜେପି ସମର୍ଥିତ ଏନଡିଏ ୩୫୦ଟି ଆସନ ହାତେଇଛି । ଏହା ସହ ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଶପଥ ଗ୍ରହଣ ପୂର୍ବରୁ ମୋଦୀ ଆଜି ପିଏମଓର ଅଧିକାରୀଙ୍କୁ ସମ୍ବୋଧନ କରିଛନ୍ତି ।

ଅଧିକାରୀଙ୍କ ମୋଦୀ କହିଛନ୍ତି ଯେ, ସେ ପିଏମଓକୁ ପ୍ରଭାବୀ ନୁହେଁ ଦକ୍ଷ ଭାବେ ଗଢି ତୋଳିବାକୁ ଚାହାନ୍ତି । ପ୍ରଭାବୀ ହେବା ଦ୍ୱାରା ନିଜ ଦାୟିତ୍ୱ ଅନ୍ୟ ଉପରେ ଫିଙ୍ଗି ଦିଆଯାଏ । ଗୋଟିଏ କାମ କରିବାକୁ ବହୁତ ଜଣଙ୍କୁ କୁହାଯାଇଥାଏ । କିନ୍ତୁ ଦକ୍ଷତା ବ୍ୟକ୍ତିଙ୍କ ପାଖରେ ଥାଏ । କାମ କାହା ପାଖରେ ଅଟକି ଯାଏ ନାହିଁ ।

ମୋଦୀ ଆହୁରି କହିଛନ୍ତି ଯେ, ନିଜ ଭିତରେ ଥିବା ଶିଖିବାର କଳାକୁ କେହି ମାରନ୍ତୁ ନାହିଁ । ଫଳରେ ବହୁତ କିଛି ଶିଖିବାକୁ ମିଳିଥାଏ । ସର୍ବଦା ଜନତା କିଛି ନା କିଛି ଶିଖେଇଥାନ୍ତି ।

ଲୋକସଭା ନିର୍ବାଚନରେ ମିଳିଥିବା ବିପୁଳ ବିଜୟ ପରେ ଶପଥ ଗ୍ରହଣ ପୂର୍ବରୁ ଏହା ମୋଦୀଙ୍କ ପରଥମ ସମ୍ବୋଧନ । ଆସନ୍ତା କାଲି ସେ ଗୁଜରାତ ଗସ୍ତ କରି ନିଜ ମାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହାସହ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ଗସ୍ତ କରିବେ ।

  • Tags:

Subscribe

National International State Sports Entertainment