ନାଗରିକ ସଂଶୋଧନ ବିଲ ୨୦୧୯କୁ ଇମରାନଙ୍କ ବିରୋଧ
Khabar Odisha:national-odisha-imran-attacks-modi-on-citizenship-bill-passed-in-lok-sabha-called-it-rss-design-of-hindu-rashtra
ନୂଆଦିଲ୍ଲୀ, ଡିସେମ୍ଵର ୧୦ (ଖବର ଓଡିଶା) :

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଟ୍ଵିଟ୍ କରି ନାଗରିକତା ସଂଶୋଧନ ବିଲ ୨୦୧୯କୁ ବିରୋଧ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ବିରୋଧ କରିଥିଲା। ଏବେ ପୁଣି ଥରେ ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଇମରାନ ଟ୍ଵିଟ୍ କରି ମୋଦୀ ସରକାର ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘକୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କି, ଏହି ବିଧେୟକ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଙ୍ଘନ କରୁଛି। 

ଇମରାନ ଟ୍ଵିଟ୍ କରିଛନ୍ତି ଯେ, ମୁଁ କଡା ଶବ୍ଦରେ ଭାରତୀୟ ଲୋକସଭା ଏବଂ ନାଗରିକତା ସଂଶୋଧନ ବିଲକୁ ନିନ୍ଦା କରୁଛି। ଏହା କେବଳ ଅନ୍ତରାଷ୍ଟ୍ରୀୟ ମାନବଧିକାର କାନୁନ ନୁହେଁ ବରଂ ପାକିସ୍ତାନ ସହ ହୋଇଥିବା ଦ୍ଵିପାକ୍ଷିକ ବୁଝାମଣାର ଉଲ୍ଲଙ୍ଘନ କରୁଛି। ଏହା ଆରଏସଏସର ହିନ୍ଦୁ ରାଷ୍ଟ୍ର ଯୋଜନାର ଅଂଶ। 

ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ବୟାନ ଦେଇଥିଲା ଯେ, ନାଗରିକତା ସଂଶୋଧନ ବିଧେୟକ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଙ୍ଘନ କରୁଛି। ଏହା ଅଳ୍ପସଂଖ୍ୟକଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ଚିନ୍ତାଜନକ। ତେବେ ଲୋକସଭାରେ ପାରିତ ହୋଇଥିବା ନାଗରିକ ସଂଶୋଧନ ବିଲ ୨୦୧୯ ଅନୁଯାୟୀ, ପାକିସ୍ତାନ, ବାଙ୍ଗଲାଦେଶ, ଓ ଆଫଗାନିସ୍ତାନରୁ ଆସୁଥିବା ହିନ୍ଦୁ, ବୌଦ୍ଧ, ଜୈନ, ସିଖ୍, ଈସାଇ, ପାରସି ଶରାଣାର୍ଥୀଙ୍କୁ ଭାରତରେ ନାଗରିକତ୍ଵ ଗ୍ରହଣ କରିବା କଠିନ ହେବ।

Subscribe

National International State Sports Entertainment