ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ନାନ୍ଦୟାଲ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଜଣେ ଦମ୍ପତି ନିଜ ଏକମାତ୍ର ସନ୍ତାନର ବିବାହ ନିଷ୍ପତିରେ ଅରାଜି ହୋଇ ଜୀବନ ହାରିଛନ୍ତି । ପୋଲିସର ସୂଚନା ମୁତାବିକ ନାନ୍ଦୟାଲର ୪୫ ବର୍ଷୀୟ ସୁବା ରାୟଡୁ ଏବଂ ତାଙ୍କ ପତ୍ନୀ ସରସ୍ୱତୀଙ୍କ ମୃତୁ୍ୟ ତାଙ୍କ ପୁଅର ବିବାହ ନିଷ୍ପତିକୁ ନେଇ ଘଟିଛି ।
ସୁବାଙ୍କ ୨୪ ବର୍ଷୀୟ ପୁଅ ସୁନୀଲ ୩ ବର୍ଷ ହେବ କିନ୍ନର ପ୍ରେମରେ ପଡି ବିବାହ କରିବାକୁ ଜିଦ କରୁଥିଲେ, ହେଲେ ଘରର ଏକମାତ୍ର ପୁଅ ସହ କିନ୍ନରଙ୍କ ବିବାହକୁ ବିରୋଧ କରୁଥିଲେ ବାପା-ମା । ପରିବାର ଲୋକେ ତାଙ୍କ ବାହାଘର ପାଇଁ ଅନ୍ୟ ଏକ ଯୁବତୀଙ୍କୁ ସ୍ଥିର କରିଥିଲେ ବି ସେଥିରେ ରାଜି ନ ଥିଲେ ସୁନିଲ । ଏନେଇ ଦୀର୍ଘ ମାସେ ଧରି ଘରେ ପ୍ରତିଦିନ ଝଗଡା ଲାଗୁଥିଲା । ଶେଷରେ ପୁଅର ନିଷ୍ପତି ଆଗରେ ହାର ମାନିଗଲେ ବାପା-ମା । ଲୋକଲଜ୍ଜା ସହି ନ ପାରି ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ।