ମଧ୍ୟପ୍ରଦେଶର ଛିନ୍ଦାଓା୍ୱଡା ଜିଲ୍ଲାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ନିଜ ପରିବାରର ୮ ଜଣଙ୍କୁ ହତ୍ୟା କରିବା ପରେ ଜଣେ ଯୁବକ ନିଜେ ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ ମଧ୍ୟପ୍ରଦେଶର ଛିନ୍ଦାଓା୍ୱଡା ଜିଲ୍ଲାର ବୋଦଲଛାକର ଗ୍ରାମର ଦିନେଶ , ଯିଏକି ୮ ଦିନ ପୂର୍ବେ ବିବାହ କରିଥିଲେ । ସେ ଆଜି ନିଜ ପରିବାରର ୮ ଜଣଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି । ମୃତକମାନେ ହେଉଛନ୍ତି ବାପା,ମା,ପତ୍ନୀ,ଭାଇ,ଭାଉଜ ଓ ପରିବାରର ତିନି ଜଣ ଶିଶୁ । ତେବେ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଦିନେଶ କୁରାଢୀ ସାହାର୍ଯ୍ୟରେ ସମସ୍ତ ସଦସ୍ୟଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ପୋଲିସ ଏନେଇ ଖବର ପାଇବା ପରେ ପୂରା ଗାଁକୁ ସିଲ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଡିଜି ପହଂଚିଛନ୍ତି । ଏବଂ ଘଟଣା ସମ୍ପର୍କରେ କୈାଣସି ସୂଚନା ମିଳିନଥିବା ବେଳେ ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ବର୍ଷେ ପୂର୍ବରୁ ଯୁବକ ଦିନେଶ ମାନସିକ ସନ୍ତୁଳନ ହରାଇଥିଲେ ଓ ଚିକିତ୍ସା ପରେ ସେ ସ୍ୱାଭାବିକ ହୋଇଥିଲେ । ତେବେ ଘଟଣାକୁ ନେଇ ପୋଲିସ ଅଧିକ ଯାଂଚ କରୁଛି ।