ପ୍ରୟାଗରାଜ: ମମତା କୁଲକର୍ଣ୍ଣୀ କିନ୍ନର ଅଖାଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ସୋମବାର ଏହାର ସୂଚନା ଦେଇଛନ୍ତି। ମମତା କୁଲକର୍ଣ୍ଣୀ କହିଛନ୍ତି, ମୁଁ ମହାମଣ୍ଡଳେଶ୍ଵର ୟାମାଇ ମମତା ନନ୍ଦଗିରି ପଦରୁ ଇସ୍ତଫା ଦେଉଛି। ଦୁଇ ଅଖାଡ଼ା ମଧ୍ୟରେ ମୋତେ ନେଇ ଯେଉଁ ବିବାଦ ଚାଲିଛି ତାକୁ ନେଇ ମୁଁ ମର୍ମାହତ। ଏହି କାରଣରୁ ମୁଁ ଇସ୍ତଫା ଦେଉଛି। ୨୫ ବର୍ଷରୁ ମୁଁ ଜଣେ ସାଧ୍ଵୀ ଥିଲି ଏବଂ ଆଗକୁ ରହିବି ମଧ୍ୟ।
ମମତା କହିଛନ୍ତି, ମହାମଣ୍ଡଳେଶ୍ଵର ମୋତେ ଯେଉଁ ସମ୍ମାନ ଦେଇଥିଲା, ସେହି ଲୋକଙ୍କ ପାଇଁ ଆପତ୍ତିଜନକ ହୋଇଗଲା। ମୋତେ ବଲିଉଡ ଛାଡ଼ିବାର ୨୫ ବର୍ଷ ହୋଇ ଯାଇଛି। ମେକଅପ୍ ଓ ବଲିଉଡ ଛାଡ଼ିବା ସହଜ ନୁହେଁ। ମୁଁ ଦେଖିଲି ମୋତେ ମହାମଣ୍ଡଳେଶ୍ଵର କରାଯିବାରୁ ବହୁ ଲୋକଙ୍କ ସମସ୍ୟା ହେଲା। ମୋର ଯେଉଁ ଗୁରୁ ଅଛନ୍ତି, ଯାହାଙ୍କ ସାନିଧ୍ୟରେ ଘୋର ତପସ୍ୟା କଲି, ତାଙ୍କ ବରାବର ତ ମୋତେ କେହି ଦେଖନ୍ତି ନାହିଁ। ମୋତେ କୌଣସି କୈଳାସ କିମ୍ବା ମାନସରୋବର ଯିବାର ଆବଶ୍ୟକତା ନାହିଁ। ମୋତେ ନେଇ ଯେଉଁ ଲୋକଙ୍କ ଆପତ୍ତି ଅଛି, ସେମାନଙ୍କ ବିଷୟରେ କମ କହିବା ହିଁ ଠିକ୍ ହେବ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ମୁଁ କାହାକୁ କୋଟି କୋଟି ଟଙ୍କା ଦେଇ ନାହିଁ।
ସୋସିଆଲ ମିଡିଆରେ କିଛି ଦିନରୁ ଜାରି ବିବାଦ ପରେ ମମତା କୁଲକର୍ଣ୍ଣୀ ଏହି ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ ମହାମଣ୍ଡଳେଶ୍ଵର ପଦରୁ ବହିଷ୍କାର କରାଯାଇଥିଲା। ଏହି କାର୍ଯ୍ୟନୁଷ୍ଠାନ କିନ୍ନର ଆଖଡ଼ାର ସଂସ୍ଥାପକ ଅଜୟ ଦାସ କରିଥିଲେ। ତେବେ ତାଙ୍କ ଏହି ନିତ୍ତକୁ ନେଇ ବିବାଦ ଜୋର ଧରିଲା।
ଅଧିକ ପଢ଼ନ୍ତୁ- ବାରବାଟୀ ମ୍ୟାଚବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ମାମଲା, ଓସିଏକୁ କ୍ରୀଡ଼ା ବିଭାଗର କାରଣ ଦର୍ଶାଅ ନୋଟିସ୍