ନୂଆଦିଲ୍ଲୀ: କଂଗ୍ରେସ ଦଳ ପୁଣି ଥରେ ତାର ହୀନ ମାନସିକତାର ପରିଚୟ ଦେଇଛି । ରାଜନୀତି ପାଇଁ ପୁଣି ଥରେ ତଳକୁ ଖସି ଯାଇଛି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କାହାକୁ ବି ଛାଡ଼ୁ ନାହାଁନ୍ତି ବିରୋଧୀ ନେତା । ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଜଣେ ‘ଆତଙ୍କବାଦୀ’ର ଆକ୍ଷା ଦେଇଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।
ମଲ୍ଲିକାର୍ଜୁନ ଖଡ଼ଗେ, ଚେନ୍ନାଇରେ କେ.ସି. ବେଣୁଗୋପାଳଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ, ଖଡ଼ଗେ ବିଜେପି ସହିତ ଏଆଇଏଡିଏମକେ ଦଳର ମେଣ୍ଟକୁ ସମାଲୋଚନା କରିଥିଲେ । ମହିଳା ସଂରକ୍ଷଣ ବିଲ ଉପରେ ଉତ୍ତର ଦେଉଥିବାବେଳେ ଖଡ଼ଗେ କହିଥିଲେ ଯେ ଏଆଇଏଡିଏମକେ ଦଳ କିପରି ଆନ୍ନାଦୁରାଇଙ୍କ ଫଟୋ ଲଗାଇପାରିଲେ । ତା ପୁଣି ମୋଦୀଙ୍କ ସହିତ ଯୋଡ଼ି । ସେ ଜଣେ ଆତଙ୍କବାଦୀ । ମୋଦୀ ସମାନତା ଉପରେ ବିଶ୍ୱାସ କରନ୍ତି ନାହିଁ । ତାଙ୍କ ଦଳ ବିଜେପି ମଧ୍ୟ ସମାନତା ଏବଂ ନ୍ୟାୟ ଉପରେ ବିଶ୍ୱାସ କରେ ନାହିଁ ।
ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ଏହି ମନ୍ତବ୍ୟର ପ୍ରସଙ୍ଗ ସ୍ପଷ୍ଟ କରିବା ପାଇଁ ଚାପ ପକାଇଲେ, କଂଗ୍ରେସ ମୁଖ୍ୟ ସଫେଇ ଦେବାକୁ ଚେଷ୍ଟା କରିଥିଲେ । ତାଙ୍କର ଅର୍ଥ ପ୍ରଧାନମନ୍ତ୍ରୀ ଦେଶର ଗଣତାନ୍ତ୍ରିକ ଗଠନକୁ ଭୟଭୀତ କରୁଛନ୍ତି। ସେମାନେ ଲୋକଙ୍କୁ ଏବଂ ରାଜନୈତିକ ଦଳଗୁଡ଼ିକୁ ଭୟଭୀତ କରୁଛନ୍ତି। ଖଡ଼ଗେ କହିଥିଲେ, "ମୁଁ କେବେ କହିନାହିଁ ଯେ ସେମାନେ ଆତଙ୍କବାଦୀ। ଭୟଭୀତ କରାଇବାର ଅର୍ଥ ହେଉଛି ସେମାନେ ସେମାନଙ୍କର କ୍ଷମତା ଏବଂ ସରକାରୀ କଳକୁ ଅପବ୍ୟବହାର କରୁଛନ୍ତି, ବିରୋଧୀ ଦଳଗୁଡ଼ିକୁ ଗାଳି ଦେଉଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି।"
ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏଭଳି ବକ୍ତବ୍ୟକୁ ନିନ୍ଦା କରିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର । ସେ ପ୍ରତିକ୍ରିୟା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରିବା ପାଇଁ ଯେଉଁ ପ୍ରକାରର ଭାଷା ବ୍ୟବହାର କରିଛନ୍ତି, ବିଶେଷକରି ତାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି, ତାହା କେବଳ ନିନ୍ଦନୀୟ ନୁହେଁ ବରଂ କଂଗ୍ରେସ ଦଳର ମାନସିକତାକୁ ମଧ୍ୟ ପ୍ରତିଫଳିତ କରେ । ଏହା କଂଗ୍ରେସର ଏକ ଷଡ଼ଯନ୍ତ୍ର ।