ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି?
Khabar Odisha:kite-flying-in-makar-sankranti

ଭୁବନେଶ୍ୱର, ଜାନୁଆର ୧୪ (ଖବର ଓଡ଼ିଶା) : ଆଜି ମକର ସଂକ୍ରାନ୍ତି । ଆଜି ଦିନର ଅନେକ ମହତ୍ୱ ରହିଛି । ଆଜି ସୂର୍ଯ୍ୟ ଦେବଙ୍କ ପୂଜା କରାଯିବା ସହିତ ମକର ଚାଉଳର ଆସର ମଧ୍ୟ ବେଶ୍ ଜମିଥାଏ । ଏଥି ସହିତ ପୁର ଠାରୁ ପଲ୍ଲୀ ଯାଏ ଗୁଡି ଉଡାଇବାର ଏକ ନିଆରା ଆନନ୍ଦ ମିଳିଥାଏ ଆଜି । 

ପୁରା ବର୍ଷ ସାରା ଲୋକ ଆପେକ୍ଷା କରି ବସିଥାନ୍ତି ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପାଇଁ । ଚଳିତ ବର୍ଷ କିନ୍ତୁ କରୋନା କଟକଣାରେ ଗୁଡି ବଜାର ଫିକା ପଡିଛି ସତ କିନ୍ତୁ ପରମ୍ପରାକୁ ବଜାୟ ରଖିବା ପାଇଁ ଆଜି ବି ଆକାଶରେ ଉଡୁଛି କାଁ ଭାଁ ରଙ୍ଗବେରଙ୍ଗର ଗୁଡି ।

ତେବେ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଅନେକ ମହତ ରହିଛି ଯାହା କୁ ଆଧାର କରି କାହିଁ କୋଉ ଅମଳରୁ ଆଜି ପର୍ଯ୍ୟନ୍ତ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପ୍ରଥା ପ୍ରଚଳିତ ହୋଇ ରହିଛି ।

ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଅନେକ ଧାର୍ମିକ କାରଣ ସହିତ ବୈଜ୍ଞାନିକ କାରଣ ଥିବା ମଧ୍ୟ କୁହାଯାଏ । 

ପୁରାଣ ଅନୁଯାଇ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପ୍ରଥା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ ହୋଇଥିଲା । ଏବଂ ସେହି ପ୍ରଭୁ ରାମଚନ୍ଦ୍ରଙ୍କ ସେହି ଗୁଡି ସ୍ୱର୍ଗଲୋକରେ ଇନ୍ଦ୍ରଦେବଙ୍କ ପାଖରେ ପହଞ୍ଚିଥିଲା । ତେଣୁ କୁହାଯାଏ ଯେ ଏହି ଦିନ ଗୁଡି ଉଡାଇଲେ ତାହା ସିଧାସଳଖ ସ୍ୱର୍ଗଲୋକ ପର୍ଯ୍ୟନ୍ତ ପହଞ୍ଚିଥାଏ । ଏଥିପାଇଁ ପ୍ରତିବର୍ଷ ଏହି ଧାର୍ମିକ ବିଶ୍ୱାସରେ ହିନ୍ଦୁ ଧର୍ମାମ୍ବଲମ୍ବୀ ମାନେ ଆଜି ଦିନରେ ଗୁଡି ଉଠାଇ ମକର ସଂକ୍ରାନ୍ତିର ମଜା ଉଠାଇ ଥାନ୍ତି ।

ଅନ୍ୟପଟେ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆଜି ଦିନରେ ସୂର୍ଯ୍ୟ ଉତ୍ତରଗାମୀ ହୋଇଥାନ୍ତି । ଏବଂ ଉତ୍ତରଗାମୀ ସ୍ୱର୍ଯ୍ୟାଲୋକରେ ଭରପୁର ମାତ୍ରାରେ ଭିଟାମିନ୍ ‘ଡି’ ରହିଥାଏ ଯାହା ବର୍ଷର ଅନ୍ୟ ଦିନ ମାନଙ୍କରେ ଅପେକ୍ଷାକୃତ ଭାବରେ କମ୍ ରହିଥାଏ । ଏଣୁ ଆଜି ଦିନରେ ଗୁଡି ଉଡାଇବା ଦ୍ୱାରା ବ୍ୟକ୍ତିଟି ସିଧାସଳଖ ସୂର୍ଯ୍ୟାଲୋକ ପାଇଥାଏ ଯାହା ଶରୀର ପାଇଁ ଅନେକ ଗୁଣାରେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

ଏଥି ସହିତ ହାତ ଓ ବେକ ମାଂସପେଶୀ ଗୁଡିକର ଭଲଭାବରେ ସଂଚାଳିତ ହୋଇଥାନ୍ତି ଯାହା ଦ୍ୱାରା ଶରୀରର ଅନ୍ୟ ମାଂସପେଶୀୟ କଷ୍ଟ ମଧ୍ୟ ଦୂର ହୋଇଥାଏ । 

  • Tags:

Subscribe

National International State Sports Entertainment