ଅଯୋଧ୍ୟା: ରାମ ମନ୍ଦିର ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ଅପରାହ୍ନରେ ଜଣେ ଇସଲାମ ଧର୍ମର ବ୍ୟକ୍ତି ରାମ ମନ୍ଦିରରେ ପ୍ରାଙ୍ଗଣରେ ନମାଜ ପାଠ କରିବାକୁ ଚେଷ୍ଟା କରିବାବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧରାପଡ଼ିଛନ୍ତି । ଉକ୍ତ ବ୍ୟକ୍ତି ଜଣକ କାଶ୍ମୀର ବୋଲି ଜଣାପଡ଼ିଛି । ସେ ଜାମ୍ମୁ କଶ୍ମୀର ଶୋପିଆନ ଜିଲ୍ଲାର ବାସିନ୍ଦା ଅହମଦ ଶେଖ ବୋଲି ଜେରା ସମୟରେ ଜଣାପଡ଼ିଛି । ପରିଚୟ ପତ୍ରରେ ତାଙ୍କ ନାମ ଏବି ଆହଦ ଶେଖ (୫୬ ବର୍ଷ), ଶୋପିଆନର ଭୋଡାପୋରା ଗ୍ରାମ, ବାପା-ଇସମାଇଲ ଶେଖ ବୋଲି ଲେଖାଯାଇଛି । ଏହି ଘଟଣା ପରେ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ରାମ ମନ୍ଦିରର ଦକ୍ଷିଣ ଦୁର୍ଗ ନିକଟରେ ଥିବା ସୀତା ରୋଷଶାଳା ନିକଟରେ ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ସମୟରେ କାଶ୍ମୀର ନାଗରିକଙ୍କୁ ଅଟକ ରଖାଯାଇଛି । ମଧ୍ୟବୟସ୍କ ମୁସଲିମ ନାଗରିକ ମନ୍ଦିର ଦର୍ଶନ କରିବା ପରେ ରାମ ମନ୍ଦିରର ଦକ୍ଷିଣ ଦୁର୍ଗରୁ ବାହାରିବା ସମୟରେ ନମାଜ ପାଠ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଅଟକ ରଖିଥିଲେ । ତାଙ୍କୁ ଏହା କରିବାକୁ ବାରଣ କରାଯିବା ପରେ ସେ ସ୍ଲୋଗାନ ଦେଇଥିଲେ । ତାଙ୍କୁ ରାମ ଜନ୍ମଭୂମି ପୋଲିସ ଷ୍ଟେସନକୁ ନିଆଯାଇଛି । ସୁରକ୍ଷା ଅଧୀକ୍ଷକ ବଳରାମଚାରୀ ଦୁବେଙ୍କ ନେତୃତ୍ୱରେ ଗୁଇନ୍ଦା ବିଭାଗ ଏବଂ ପୋଲିସ ପଚରାଉଚରା କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀ ଏହା ନିଶ୍ଚିତ କରିନାହାଁନ୍ତି।ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରି ନାହିଁ। ରାମ ମନ୍ଦିର ଟ୍ରଷ୍ଟ ମଧ୍ୟ ସମଗ୍ର ଘଟଣା ଉପରେ ନୀରବତା ବଜାୟ ରଖିଛି।