ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ସୋମବାର ଭୋର ସମୟରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଅମରାବତୀ ସରକାରୀ ମହିଳା ହସ୍ପିଟାଲର ନବଜାତ ଶିଶୁ ବିଭାଗରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୋଡ଼ି ଯାଇ ତିନି ନିରୀହ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେତେବେଳେ ଛଅ ଜଣ ଆହତ ହୋଇଛନ୍ତି। ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଭୋର ୩ଟା ୩୦ରେ ନବଜାତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଏନ୍ଆଇସିୟୁ)ରେ ଥିବା ଏକ ଭେଣ୍ଟିଲେଟର ହଠାତ୍ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା। ୩୯ ଜଣ ଶିଶୁଙ୍କୁ ରଖିବା ପାଇଁ ତିନୋଟି କୋଠରୀ ଅଛି। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଏବଂ ଡ୍ୟୁଟିରେ ଥିବା କର୍ମଚାରୀମାନେ ନବଜାତ ଶିଶୁମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିଲେ।
ଅଧିକ ପଢ଼ନ୍ତୁ: ଗିନିରେ ଭୂସ୍ଖଳନ: ୨୨ ଜଣଙ୍କର ମୃତ୍ୟୁ; ଉଦ୍ଧାର କାର୍ଯ୍ୟ ଜାରି