କର୍ଣ୍ଣାଟକର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ଜେନେରାଲ ପୋଲିସ୍ ଶ୍ରୀଯୁକ୍ତ ଓମ୍ ପ୍ରକାଶ ହତ୍ୟା ମାମଲା। ଏହି ଘଟଣାର ଏବେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଓମ୍ ପ୍ରକାଶଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଥିବା ବେଳେ ଏହି ଘଟଣାରେ ତାଙ୍କ ସାନ ଝିଅ ବି ସମ୍ପୃକ୍ତ ଅଛନ୍ତି। ତେବେ ସ୍ୱାମୀକୁ ହତ୍ୟା କରିବା ପୂର୍ବରୁ ବିଭିନ୍ନ ଯୋଜନା ଆପଣାଉଥିଲେ ପତ୍ନୀ। ଏପରିକି ପତ୍ନୀ ଓ ଝିଅ ବାରମ୍ବାରରେ ଗୁଗୁଲରେ ଏନେଇ ସର୍ଚ୍ଚ କରୁଥିଲେ।
ସେମାନେ ଗୁଗୁଲରେ ସର୍ଚ୍ଚ କରୁଥିଲେ, ମଣିଷ ଶରୀରର କେଉଁ ଜାଗାରେ ଛୁରୀ ଭୁସିଲେ ସେ ଶୀଘ୍ର ମରିଯାଏ” ଏବଂ ଗୁଗୁଲ ଜରିଆରେ ସେମାନେ ଜାଣିବାକୁ ପାଇଥିଲେ, ବେକର ଠିକ୍ ସ୍ନାୟୁ ଓ ରକ୍ତବାହୀ ନଳୀକୁ କାଟିଲେ ମଣିଷ ଶ୍ରୀଘ ମରିଯାଏ। ତେବେ ହତ୍ୟା କରିବାର ୫ ଦିନ ପୂର୍ବରୁ ଗୁଗୁଲରେ ଏନେଇ ସର୍ଚ୍ଚ କରିଥିଲା ପତ୍ନୀ ପଲ୍ଲବୀ। ତଦନ୍ତ ବେଳେ ମା-ଝିଅଙ୍କ ମୋବାଇଲ ଫୋନରୁ ଏନେଇ ଜାଣିବାକୁ ପାଇଛି ପୋଲିସ।
ରବିବାର କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ତାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ତାଙ୍କ ଶରୀରରେ ଅନେକଥର ଛୁରୀରେ ଆକ୍ରମଣ ହୋଇଥିବା ପୋଲିସ କହିଛି । ଘଟଣା ସମୟରେ ଘରେ ତାଙ୍କ ପତ୍ନୀ ଏବଂ ଝିଅ ଉପସ୍ଥିତ ଥିବା ଯୋଗୁଁ ପୋଲିସ ତାଙ୍କୁ ଅଟକ ନେଇ ରଖି ପଚରାଉଚରା କରୁଛି । ଅନ୍ୟପଟେ ଅଭିଯୁକ୍ତ ପହ୍ଲବୀ ମାନସିକ ରୋଗ ସିଜୋଫେର୍ଣ୍ଣିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।
୧୯୮୧ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ ଓମ୍ ପ୍ରକାଶ । ସୂଚନା ଅନୁସାରେ, ପ୍ରବଳ ଯୁକ୍ତିତର୍କ ଏବଂ ଝଗଡ଼ା ପରେ ପଲ୍ଲବୀ ଓମ୍ ପ୍ରକାଶଙ୍କ ମୁହଁକୁ ଲଙ୍କା ପାଉଡର ଫିଙ୍ଗି ଥିଲେ, ଯେତେବେଳେ ସେ ଜଳାପୋଡାରେ ଛଟପଟ ହେଉଥିଲେ ସେତେବେଳେ, ପତ୍ନୀ ପଲ୍ଲବୀ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥଲେ , ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେ ତାଙ୍କ ବନ୍ଧୁଙ୍କୁ ଏକ ଭିଡିଓ କଲ୍ କରି କହିଥିଲେ, ମୁଁ ରାକ୍ଷସକୁ ମାରି ଦେଇଛି । ହେଲେ ଏବେ ଏହି ଘଟଣା ନେଇ ଅଧିକ ତଦନ୍ତ କରୁଛି ପୋଲିସ ।