ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ ଅନସାରୀଙ୍କ ପୁଅ କୃଶ ଅନସାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କୃଶ ହସ୍ପିଟାଲ ଯାଞ୍ଚ କରୁଥିବା ଏବଂ ରୋଗୀଙ୍କ ସହ କଥା ହେଉଥିବାର ଦେଖାଯାଉଛି। ତାଙ୍କ ସହିତ କିଛି ସହକର୍ମୀ ମଧ୍ୟ ଥିଲେ, ଯେଉଁମାନେ ରୋଗୀମାନଙ୍କୁ କହୁଥିଲେ, 'ମନ୍ତ୍ରୀ ଜୀଙ୍କ ବଡ଼ ପୁଅ ଆସିଛି, ଯଦି ଆପଣଙ୍କର କୌଣସି ସମସ୍ୟା ଅଛି, ଦୟାକରି ଆମକୁ କୁହନ୍ତୁ।' କୃଶଙ୍କୁ ଜଣେ ରୋଗୀଙ୍କ ବିଲ୍ ଅବୈଧ ବୋଲି ମଧ୍ୟ କହିବାର ଦେଖାଯାଇଥିଲା।
ବିଜେପି ଏହି ଘଟଣାରେ କୃଶଙ୍କୁ ହସ୍ପିଟାଲରେ ରିଲ୍ସ କରିବା ଅଭିଯୋଗରେ ଟାଗେର୍ଟ କରିଛି । ୧୯ ସେକେଣ୍ଡର ଭିଡ଼ିଓରେ ଦେଖିବାକୁ ମିଳିଛି କୃଶ ହସ୍ପିଟାଲର ଏକ ୱାର୍ଡରେ ପ୍ରବେଶ କରୁଥିବା ଓ ରୋଗୀମାନଙ୍କୁ କୌଣସି ଅସୁବିଧାର ସାମ୍ନା କରୁଛନ୍ତି କି ନାହିଁ ବୋଲି ପଚାରୁଥିବା ଦେଖାଯାଇଛି। ତାଙ୍କ ସାଙ୍ଗମାନେ ମଧ୍ୟ ସେହି ପ୍ରଶ୍ନ ପଚାରୁଥିବା ଦେଖାଯାଇଛି। ଏହି ଭିଡିଓ ସହ ବ୍ୟାକଗ୍ରାଉଣ୍ଡରେ ଏକ ପଞ୍ଜାବୀ ଗୀତ ବାଜୁଥିବା ଶୁଣାଯାଉଛି ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପୁଅ ଉତ୍ତରାଖଣ୍ଡରେ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି ଏବଂ ବର୍ତ୍ତମାନ ଛୁଟିରେ ଘରକୁ ଆସିଛନ୍ତି। ତେବେ ହସ୍ପିଟାଲ ପରିଦର୍ଶନ କରି ରିଲ୍ସ ଛାଡିବା ଭିଡ଼ିଓ ପରେ ଝାଡଖଣ୍ଡରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି । ତେବେ ବିବାଦ ଘନେଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପୁଅ ଏହି ଭିଡ଼ିଓକୁ ଏବେ ଡିଲିଟ୍ କରିଦେଇଛନ୍ତି ।