ଜମ୍ମୁ-କାଶ୍ମୀର: ସେନାର ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ
Khabar Odisha:jammu-kashmir-encounter-in-kashmir-one-terrorist-shot-dead
କାଶ୍ମୀର, ଜୁନ ୧୭(ଖବର ଓଡିଶା):

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଅଂଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହ ଆହୁରି ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ସୂଚନାମୁତାବକ, ଆଜି ଭାରତୀୟ ସେନାକୁ ଅନନ୍ତନାଗ ଅଂଚଳର ଆଙ୍କିଗାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଖବର ମିଳିଥିଲା । ଏହାପରେ ସେନା ପକ୍ଷରୁ ସେହି ଅଂଚଲ୍େର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଯବାନମାନେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଘେରିଯାଇଥିଲେ । ଏହା ଦେଖିବା ପରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଜାରି ରହିଛି ।

  • Tags:

Subscribe

National International State Sports Entertainment