ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କୀ ହମଲା ପରେ ଭାରତୀୟ ସେନା ଆକ୍ସନ ମୋଡରେ ଅଛନ୍ତି। ସନ୍ଦିଗ୍ଧ ଆତଙ୍କୀ ଓ ଏମାନଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ଘର ଧ୍ଵଂସ କରାଯାଉଛି। ଏଥିସହ ଆତଙ୍କବାଦୀଙ୍କୁ ଧରିବା ପାଇଁ କାଶ୍ମୀରର ଅନେକ ଭାଗରେ ସର୍ଚ୍ଚ ଅପରେସନ ଚାଲିଛି। ଏହି କ୍ରମରେ ଗୁଇନ୍ଦ ଏଜେନ୍ସି ଜମ୍ମୁ-କାଶ୍ମୀରରେ ସକ୍ରିୟ ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛି।
ସୂତ୍ର ଅନୁସାରେ, ୨୦ରୁ ୪୦ ବର୍ଷ ବୟସର ବ୍ୟକ୍ତିମାନେ ପାକିସ୍ତାନରୁ ବିଦେଶୀ ଆତଙ୍କବାଦୀଙ୍କୁ ତୃଣମୂଳ ସ୍ତରରେ ସବୁ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି। ଚିହ୍ନଟ ହୋଇଥିବା ଆତଙ୍କବାଦୀମାନେ ପାକିସ୍ତାନ ସମର୍ଥିତ ତିନି ପ୍ରମୁଖ ଆତଙ୍କୀ ସଂଗଠନ ସହ ଜଡ଼ିତ ଅଛନ୍ତି। ଏଥିରେ ହିଜବୁଲ ମୁଜାହିଦ୍ଦୀନ, ଲସ୍କର ତୋଇବା ଓ ଜୈଶ ଏ ମହମ୍ମଦ ରହିଛି। ୧୪ ଚିହ୍ନଟଙ୍କ ମଧ୍ୟରୁ ୩ ଜଣ ହିଜବୁଲ ମୁଜାହିନ୍ଦୀନ, ୮ ଜଣ ଲସ୍କର ଏ ତୋଇବା ଓ ୩ ଜଣ ଜୈଶ ଏ ମହମ୍ମକ ସହ ରହିଛନ୍ତି।
ଏହି ସବୁ ବ୍ୟକ୍ତିଙ୍କ ନାଁ ଆଦିମ ରେହମାନ ଡେଣ୍ଟୁ(୨୧), ଆସିଫ ଅହମ୍ମଦ ଶେଖ(୨୮), ଏହସାନ ଅହମ୍ମଦ ଶେଖ(୨୩), ହାରିସ ନଜିର ବାଣୀ(୨୦), ୟାବର ଅହମ୍ମଦ ଭଟ୍ଟ, ଆସିଫ ଅହମ୍ମଦ ଖାଣ୍ଡେ(୨୪), ନସିର ଅହମ୍ମଦ ବାଣୀ(୨୧), ଶାହିଦ ଅହମ୍ମଦ କୁଟ୍ଟେ(୨୭), ଆମିର ଅହମ୍ମଦ ଡାର, ଅଦନାନ ସକି ଡାର, ଜୁବେର ଅହମ୍ମଦ ବାନି(୩୯), ହାରୁନ ରଶିଦ ଗନଇ(୩୨) ଓ ଜାକିର ଅହମ୍ମଦ ଗନି(୨୯)।
କେଉଁ ଆତଙ୍କବାଦୀ କେଉଁଠି ସକ୍ରିୟ ଅଛନ୍ତି ?
- ଡେଣ୍ଟୁ ୨୦୨୧ରେ ଲସ୍କର ଏ ତୋଇବାରେ ଯୋଗ ଦେଇ ସୋପୋର ଜିଲ୍ଲା କମାଣ୍ଡର ଭାବରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।
- ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଆସିଫ ଅହମ୍ମଦ ଶେଖ ଅବନ୍ତିପୋରାର ଜିଲ୍ଲା କମାଣ୍ଡର ଏବଂ ୨୦୨୨ ମସିହାରୁ ନିରନ୍ତର ଭାବେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛି।
- ଏହସାନ ଅହମ୍ମଦ ଶେଖ ପୁଲୱାମାରେ ଲସ୍କର ଆତଙ୍କବାଦୀ ଭାବରେ ସକ୍ରିୟ ଅଛି ଏବଂ ୨୦୨୩ ମସିହାରୁ ନିରନ୍ତର ଭାବେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି।
- ହାରିସ୍ ନାଜିର ପୁଲୱାମାର ଆତଙ୍କବାଦୀ ଏବଂ ସେ ୨୦୨୩ରୁ ଲସ୍କରରେ ସକ୍ରିୟ ଥିବା ବେଳେ ଆମିର ନାଜିର ୱାନି ମଧ୍ୟ ୨୦୨୪ ମସିହାରୁ ଜୈଶ-ଏ-ମହମ୍ମଦ ସହିତ ଜଡିତ ରହିଚି। ସେ ପୁଲୱାମାର ଜଣେ ସକ୍ରିୟ ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଛି।
- ୟାବର ଅହମ୍ମଦ ଭଟ୍ଟ ପୁଲୱାମାରେ ସମ୍ପୂର୍ଣ୍ଣ ସକ୍ରିୟ ସଦସ୍ୟ ଏବଂ ୨୦୨୪ରୁ ଜୈଶ-ଏ-ମହମ୍ମଦ ସହିତ ଜଡିତ ରହିଛି।
- ଆସିଫ୍ ଅହମ୍ମଦ ଖାଣ୍ଡେ ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାର ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ. ସେ ୨୦୧୫ଜୁଲାଇରେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲା। ବର୍ତ୍ତମାନ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଆତଙ୍କବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ।
- ନାସିର ଅହମ୍ମଦ ୱାନି ମଧ୍ୟ ୨୦୧୯ ମସିହାରୁ ସୋପିଆନରେ ଲସ୍କରର ଜଣେ ସକ୍ରିୟ ସଦସ୍ୟ। ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ସାମିଲ ରହିବା ସହ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସହଯୋଗ କରି ଆସୁଛି।
- ସୋପିଆନରେ ଆଉ ଜଣେ ସକ୍ରିୟ ଆତଙ୍କବାଦୀ ଶାହିଦ ଅହମଦ କୁଟ୍ଟେ ୨୦୨୩ରୁ ଲସ୍କର ଏ ତୋଇବା ଏବଂ ଏହା ସହ ଜଡ଼ିତ ସ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ସହିତ ଜଡିତ।
- ଆମିର ଅହମ୍ମଦ ଡାର ମଧ୍ୟ ୨୦୨୩ରୁ ସୋପିଆନ ସୋପିଆନରେ ଲସ୍କର ସହିତ ମିଶି କାମ କରୁଛି ଏବଂ ବିଦେଶୀ ଆତଙ୍କବାଦୀଙ୍କ ସହଯୋଗୀ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
- ସୋପିଆନ ଜିଲ୍ଲାର ଆଉ ଜଣେ ସକ୍ରିୟ ଆତଙ୍କବାଦୀ ଅଦନାନ ସାଫି ଡାର ୨୦୨୪ ମସିହାରୁ ଲସ୍କର ଏ ତୋଇବା ଏବଂ TRF ପାଇଁ ମିଳିତ ଭାବରେ କାମ କରୁଛି। ସେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କଠାରୁ ଆତଙ୍କବାଦୀମାନଙ୍କୁ ସୂଚନା ପ୍ରଦାନ କରୁଛି।
-