ନୂଆବର୍ଷରେ ଦୁଃଖଦ ଖବର: ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ମୃତ, ୫ ଆହତ
Khabar Odisha:fire-at-an-arrow-factory-killed-three-people-and-injured-five-others
ନୂଆଦିଲ୍ଲୀ, ଜାନୁଆରୀ ୦୧(ଖବର ଓଡିଶା):

ନୂଆବର୍ଷରେ ପୁଣି ଏକ ଦୁଃଖଦ ଖବର ଆସିଛି । ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । 

ସେପଟେ ଏହି ଦୁର୍ଘଟଣା ଘଟିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ବିରୁଧୁନଗର ଜିଲ୍ଲାର ଜିଲ୍ଲାପାଳ ମେଘନାଥ ରେଡ୍ଡି କହିଛନ୍ତି, ଏହି ଦୁଃଖଦ ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । 

ସମସ୍ତ ଗୁରୁତରଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ୨୦ ଭାଗରୁ ଅଧିକ ଅଂଶ ପୋଡିଯାଇଛି । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନେ ସାମାନ୍ୟ ଭାବେ ଆହତ ହୋଇଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment