ରାୟପୁର: ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ନାରାୟଣପୁରୁ ଜିଲ୍ଲାରେ ମାଓବାଦୀଙ୍କ ସହିତ ଗୁଳି ବିନିମୟବେଳେ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣକ ହେଲେ ଡିଆରଜିର ହେଡ୍ କନଷ୍ଟେବଳ ବିରେନ୍ଦ୍ର କୁମାର ସୋରି (୩୬) । ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇରେ ଖବର ପ୍ରକାଶ ପାଇଛି ।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ମଙ୍ଗଳାବର ଅପରାହ୍ନ ୧ଟାରେ ନାରାୟଣପୁର ଜିଲ୍ଲାର ଆବୁଜମାଦର ସୋନପୁର ଏବଂ କୋହକାମେଟା ଅଞ୍ଚଳରେ ଡିଆରଜି ଏବଂ ବିଏସଏଫ ପକ୍ଷରୁ ମିଳିତ ନକ୍ସଲ ବିରୋଧି ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଦୁଇ ପକ୍ଷ ମଧ୍ୟରେ ଘମାଗୋଟ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଡିଆରଜିର ହେଡ୍ କନଷ୍ଟେବଳ ବିରେନ୍ଦ୍ର କୁମାର ସୋରିଙ୍କ ଦେହରେ ଗୁଳି ବାଜି ଥିଲା । ଘଟଣା ସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ । ଜଙ୍ଗଲରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ।
୨୦୧୦ ମସିହାରେ ବିରେନ୍ଦ୍ର କୁମାର ସୋରି ନାରାୟଣପୁର ଜିଲ୍ଲା ପୁଲିସରେ କନଷ୍ଟେବଳଭାବେ ଯୋଗ ଦେଇଥିଲେ । ୨୦୧୮ରେ ସେ ପଦୋନ୍ନତି ପାଇ ହେଡ୍ କନଷ୍ଟେବଳ ପାହ୍ୟାକୁ ଯାଇଥିଲେ । ନକ୍ସଲ ବିରୋଧି ଅପରେସନରେ ତାଙ୍କର ଦୁଃସାହସିକ କାର୍ୟ୍ୟ ପାଇଁ ସେ ପଦୋନ୍ନତି ପାଇଥିଲେ ।