ନୂଆଦିଲ୍ଲୀ: କୁହୁଡ଼ି ପାଇଁ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଘଟିଛି ସିରିଜ୍ ଦୁର୍ଘଟଣା । ଦିଲ୍ଲୀ-ଲକ୍ଷ୍ନୌ ହାଇୱେର ହାପୁଡରେ ଏପରି ଦୁର୍ଘଟଣା ହୋଇଛି । ରାଜପଥରେ ଘନ କୁହୁଡ଼ି ପାଇଁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଯେଊଁ କାରଣରୁ ଏକାବେଳକେ ପଛକୁ ପଛ ୫ଟି ଯାକ ଗାଡ଼ି ପିଟି ହୋଇଥିଲା । ଗୋଟିଏ କାର ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା ପରେ ପଛକୁ ପଛ ପିଟି ହୋଇଥିଲା ଗାଡ଼ି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ସେହିପରି ଦିଲ୍ଲୀ ହରୟାଣା ନିକଟ ବାହାଦୁରଗଡ଼ ଷ୍ଟେସନ ଅଞ୍ଚଳରେ ଜିରୋ ଭିଜିବିଲିଟି ପାଇଁ ଦୁର୍ଘଟଣା ବଢିଚାଲିଛି । ଆଜି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ସବୁଠୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଜିରୋ ଭିଜିବିଲିଟି ପାଇଁ ରେଳ ଓ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।