ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ଥୋପ ପକାଇବା ଆରମ୍ଭ କରିଦେଇଛନ୍ତି । ବରିଷ୍ଠ ନାଗରିକଙ୍କୁ ଅଢ଼େଇ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି । ଏଥିରେ ପ୍ରାୟ ୮୦ ହଜାର ବୃଦ୍ଧ ବା ବୃଦ୍ଧା ଲାଭାନ୍ୱିତ ହେବେ । ଏ ନେଇ ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।
ଅରବିନ୍ଦ କେଜ୍ରିୱାଲ ଘୋଷଣାରେ କହିଛନ୍ତି, ଆମ ସରକାରରେ ଦେଢ଼ ଲକ୍ଷ ଭତ୍ତା ଉପଭୋକ୍ତା ଯୋଡ଼ି ହୋଇଛନ୍ତି । ବର୍ତ୍ତମାନ ୫ ଲକ୍ଷ ୩୦ ହଜାର ବରିଷ୍ଠ ନାଗରିକଙ୍କୁ ଭତ୍ତା ମିଳିବ । ମୁଁ ଯେଉଁଠାକୁ ଯାଉଥିଲି ବୃଦ୍ଧ ଲୋକମାନେ ଆସି ଭତ୍ତା ମାଗୁଛନ୍ତି । ଯାହାକୁ ଦିଲ୍ଲୀ ସରକାର ଲାଗୁ କରିଛନ୍ତି । ବିଗତ ୨୪ ଘଣ୍ଟାରେ ୧୦ ହଜାର ଆବେଦନ ହୋଇ ସାରିଲାଣି । ୬୦-୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଭତ୍ତା ଦିଆଯିବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୨,୫୦୦ ଟଙ୍କା ପ୍ରଦାନ କରିଯିବ ।
ଲୋକସଭା ନିର୍ବାଚନ ପୂର୍ବରୁ ଆପ ସରକାର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା କରିଥିଲେ । ଯାହାର କାଗଜପତ୍ର କାମ ଆରମ୍ଭ ହୋଇଛି । ଏହି ଯୋଜନା ଅଧିନରେ ୧୮ରୁ ୬୦ ବର୍ଷ ମହିଳା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିଯିବ ।