ହର୍ଦୋଇ: ଉତ୍ତର ପ୍ରଦେଶର ହର୍ଦୋଇ ଜିଲ୍ଲାରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ପ୍ରାୟ ସାଢ଼େ ୩ଟା ବେଳେ ମାଲୱାନ ଅଞ୍ଚଳର କଟ୍ରା ବିଲହୋର ରାଜପଥରେ ଏକ ବସ୍ ଓ ବୋଲେରୋ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତକ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ମୃତକମାନେ ହେଲେ ସେଓ୍ଵାହି ଥାନା ମାଧୋଗଞ୍ଜର ସୀମା ଦେବୀ (୪୦), ପ୍ରତିମା ଦେବୀ (୩୨), ପ୍ରତିଭା (୪୨), ରାମଲାଲି (୫୦) ଓ ବୋଲେରୋ ଡ୍ରାଇଭର ଶୁଭମ (୨୮)।
ଆହତମାନେ ହେଲେ ବାଙ୍ଗରମାଉ ଗ୍ରାମର ଶ୍ରୀକୃଷ୍ଣଙ୍କ ପୁଅ ସେଉଧି ରାମ ହର୍ଷ (୫୨) ଗ୍ରାମର ମାନ ସିଂହଙ୍କ ପତ୍ନୀ ବିମଳା (୪୦), ରୋହିତଙ୍କ ପୁଅ କେଶବ (୧୨), ଦୟାରାମଙ୍କ ପୁଅ ଶୌର୍ଯ୍ୟ (୧୦), ପୁଷ୍ପେନ୍ଦ୍ରଙ୍କ ପୁଅ ଅଜୟ (୧୨)। ଯେଉଁମାନଙ୍କୁ ଡାକ୍ତର ଲକ୍ଷ୍ନୌ ରେଫର କରିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ଗୁରୁତ୍ବ ଦେବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଜିଲ୍ଲାର ଶୀର୍ଷ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରର ପ୍ରକୃତ ମୁଖ୍ୟ କିଏ ହେବେ?