ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତକୁ ୧୦ ଦିନ ରିମାଣ୍ଡରେ ନେଇଛି ଏନଆଇଏ। ଦିଲ୍ଲୀ ଆତ୍ମଘାତି ବିସ୍ଫୋରଣର ମୁଖ୍ୟ ଆସାମୀ ଉମରର ସହଯୋଗୀ ରସିଦ ଅଲ୍ଲୀକୁ ୧୦ଦିନ ରିମାଣ୍ଡରେ ନେଇଛି ଜାତୀୟ ତଦନ୍ତକରି ସଂସ୍ଥା (ଏନଆଇଏ)। ଆଜି ଦିଲ୍ଲୀ ପଟିଆଲା ଅଦାଲତରେ ଆସାମୀ ରସିଦ ଅଲ୍ଲୀକୁ ହାଜର କରାଇଥିଲା ଏନଆଇଏ। ଏହା ପରେ ଅଦାଲତରେ ରସିଦକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା ଏନଆଇଏ। ପରେ ଅଦାଲତ ରସିଦକୁ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଥିଲା।
ଦିଲ୍ଲୀ ଆତ୍ମଘାତି ଘଟଣାରେ ଗତକାଲି ରସିଦକୁ ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ। ଗତ ସପ୍ତାହରେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଜଡିତ ହୁଣ୍ଡାଇ ଆଇ୨୦ କାର ଆମିର ରସିଦ ଅଲିଙ୍କ ମାଲିକାନାରେ ଥିଲା , ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ ଆତ୍ମଘାତି ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ରସିଦ। ଦିଲ୍ଲୀ ଆସି କାର କିଣି ଆତଙ୍କୀ ଆକ୍ରମଣ ପାଇଁ ପୁରା ଯୋଜନା କରିଥିଲା। ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ସୁଭାଷ ମାର୍ଗ ସିଗନାଲରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି।
ଅଧିକ ପଢନ୍ତୁ: ଦିଲ୍ଲୀ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଉମରଙ୍କ ସହ ଯୋଗାଯୋଗରେ ଥିଲେ ପଠାଣକୋଟରେ ଗିରଫ ଡାକ୍ତର