ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ହୋଟେଲ ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ହତ୍ୟା ପଛର କାରଣ ଅତି ସାମାନ୍ୟ ଥିଲା। ହୋଟେଲ ମାଲିକ ଅଭିଯୁକ୍ତଙ୍କୁ 'ପୁଅ' ବୋଲି ସମ୍ବୋଧନ କରିଥିଲେ, ଯାହାକୁ ନେଇ ଅଭିଯୁକ୍ତମାନେ ଏତେ ଉଗ୍ର ହୋଇଗଲେ ଯେ ସେମାନେ ଛୁରିରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ପୋଲିସ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଘଟଣାର ସମ୍ପୂର୍ଣ୍ଣ ବିବରଣୀ:
ଏହି ଘଟଣାଟି ଭୋପାଳର ହନୁମାନଗଞ୍ଜ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଘଟିଛି। ମୃତକ ହେଉଛନ୍ତି ହୋଟେଲ ମାଲିକ ମଙ୍ଗଳ ସିଂହ। ପୋଲିସର ସୂଚନା ଅନୁଯାୟୀ, ରାତି 1.30ରେ ହୋଟେଲ ବନ୍ଦ କରିବା ପରେ ହୋଟେଲ ମାଲିକ ବିଜୟ ମେବାଡ ନିଜ କର୍ମଚାରୀଙ୍କୁ ଛାଡିବାକୁ ଯାଇଥିଲେ। ପ୍ରଗତୀ ନଗରରେ ସେମାନେ ପହଂଚିବା ସମୟରେ ସେଠାରେ ଅଭିଯୁକ୍ତ ମାନେ ଥିଲେ। ମୁଖ୍ୟ ଅଭିଯୁକ୍ତ ଆସିଫ୍ ଓରଫ ବମ୍,ହୋଟେଲ କର୍ମଚାରୀଙ୍କୁ ଚିହ୍ନିଥିଲା। ସେମାନଙ୍କୁ ସେ ନିଜ ସହିତ ଆସିବାକୁ କହିଥିଲା। କିନ୍ତୁ କର୍ମଚାରୀମାନେ ମନା କରିଦେଇଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଜୟ ସେମାନଙ୍କୁ ବୁଝାଇବାକୁ ଯାଇ ଶାନ୍ତ ହେବା ପାଇଁ କହିଥିଲେ ଏବଂ ସେମାନଙ୍କୁ 'ପୁଅ' ବୋଲି କହି ସମ୍ବୋଧନ କରିଥିଲେ।
'ପୁଅ' ଶବ୍ଦକୁ ନେଇ ବିବାଦ:
ଅଭିଯୁକ୍ତମାନେ ଏହି 'ପୁଅ' ଶବ୍ଦକୁ ନିଜର ଅପମାନ ବୋଲି ଭାବିଥିଲେ। ସେମାନେ ପାଟି କରି କହିଥିଲେ, "ତୁ ଆମକୁ ପୁଅ ବୋଲି କହିବାକୁ କିଏ?" ଏତିକି କହି ସେମାନେ ନିଜ ପାଖରେ ଥିବା ଛୁରି ବାହାର କରି ବିଜୟଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ କରିଥିଲେ। ଛୁରାମାଡ଼ ଯୋଗୁଁ ବିଜୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ।
ହସ୍ପିଟାଲରେ ମୃତ୍ୟୁ ଏବଂ ଗିରଫଦାରୀ:
ଆଖପାଖର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ହନୁମାନଗଞ୍ଜ ପୋଲିସ ତୁରନ୍ତ ଟିମ୍ ଗଠନ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ହିଁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଆସିଫ୍ ଫେରାର ଅଛି।
ରାସ୍ତାରେ ହିନ୍ଦୁ ସଂଗଠନ
ଏହି ଘଟଣା ପ୍ରଚାରିତ ହେବା ପରେ ହିନ୍ଦୁ ସଂଗଠନର କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।