ନୂଆଦିଲ୍ଲୀ: ଭାରତ ଏବେ ଚୀନକୁ ବଡ ଝଟକା ଦେବାକୁ ପ୍ରସ୍ତୁତି କରୁଛି । ଭାରତରେ ସିସିଟିଭି ବିକ୍ରି କରୁଥିବା ଚାଇନ ବ୍ରାଣ୍ଡସ ଯେପରି Hikvision, Dahua ଓ TP-Linkକୁ ଜୋରଦାର ଝଟକା ଲାଗିପାରେ । ଏପ୍ରିଲ ୧ରୁ ଷ୍ଟାଣ୍ଡାଡାଇଜେସନ ଟେଷ୍ଟିଂ ଓ କ୍ୱାଲିଟି ସାର୍ଟିଫିକେସନ ଫ୍ରେମୱାର୍କ ଆଧାରରେ ନୂଆ ସାର୍ଟିଫିକେସନ ଲାଗୁ ହେବ । ଏଥିରେ ଭାରତରେ ବିକ୍ରି କରାଯାଉଥିବା ଯେ କୌଣସି ବି ସିସିଟିଭି ପ୍ରଡକ୍ଟ ପାଇଁ STQCଅନୁମତି ନେବା ବାଧ୍ୟତାମୂଳକ ହେବ ।
ଦ ଇକୋନନୋମିକ ଟାଇମ୍ସର ରିପୋର୍ଟ ମୁତାବକ ଅଧିକାରୀ ଚାଇନା କମ୍ପାନି ଓ ଚାଇନା ଚିପସେଟ୍ ବିଶିଷ୍ଟ ଯେ କୌଣସି ଡିଭାଇସକୁ ଏହି ସାର୍ଟିଫିକେସନ ଦେବାକୁ ମନା କରି ଦେଇଛନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ଲାଗୁଛି ଯେ, ବଜାରରେ ଏବେ ଚାଇନା ସିସିଟିଭି କ୍ୟାମେରା ବିକ୍ରି ହୋଇ ପାରିବ ନାହିଁ ।
ନୂଆ ନିୟମ ଅନୁଯାୟୀ, ମ୍ୟାନୁଫେକଚର୍ସକୁ ବିଶେଷ କରି ସିଷ୍ଟମ ଅନ ଚିପର ଓରିଜିନ ଦେଶର ନାଁ ଜଣାଇବାକୁ ହେବ । ଡିଭାଇସକୁ ଭଲନରେବିଲିଟି ଟେଷ୍ଟିଂ ପାଇଁ ସବମିଟ୍ କରିବାକୁ ପଡିବ । ଏମିତି ହେଲେ ଚାଇନା କମ୍ପାନିଗୁଡିକୁ କାଗଜପତ୍ର ସବମିଟ୍ କରିବା କିମ୍ବା ନିଜ ଉତ୍ପାଦର ଟେଷ୍ଟିଂ କରିବା ବଡ ମୁସ୍କିଲ ହୋଇଯିବ । ଏହାର ଅର୍ଥ ସେମାନେ ଆଉ ଭାରତୀୟ ବଜାରରେ ନିଜର ସିସିଟିଭି କ୍ୟାମେରା ବିକ୍ରି କରି ପାରିବେ ନାହିଁ ।
ଭାରତୀୟ କମ୍ପାନିର ବଢିବ ଦବଦବା
ଚାଇନା ବ୍ରାଣ୍ଡସ ଭାରତର ସିସିଟିଭି ବଜାରରେ ନିଜର ସ୍ଥିତି ମଜବୁତ କରିଛନ୍ତି । ଗତ କିଛି ବର୍ଷରେ ବଜାରର ଏକ ତୃତୀୟାଂଶ ଭାଗ ଚାଇନା କମ୍ପାନିର ଥିଲା । ହେଲେ ଏହି ଦବଦବା ଦ୍ରୁତ ଗତିରେ ଶେଷ ହେବାରେ ଲାଗିଛି । CP Plus, Qubo, Prama, Matrix ଓ Sparsh ପରି ଭାରତୀୟ ମ୍ୟାନୁଫେକଚର୍ସ ଏହି ଅଭାବକୁ ଦୂର କରିବା ପାଇଁ ଦ୍ରୁତ ଗତିରେ କାମ କରୁଛନ୍ତି । ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ଭାରତୀୟ ସିସିଟିଭି ବଜାରରେ ଭାରତୀୟ କମ୍ପାନିକୁ ଦବଦବା ୮୦ ପ୍ରତିଶତ ବୃଦ୍ଧି ପାଇଛି ।