ସ୍ଥଗିତ ରହିଲା ବ୍ୟାଙ୍କ ଧର୍ମଘଟ। ଆସନ୍ତା ୨୪ ଓ ୨୫ ଦୁଇ ଦିନ ବ୍ୟାଙ୍କ କାମ ବନ୍ଦ ହେବା ନେଇ ୟୁନାଇଟେଡ଼ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ ବନ୍ଦ ଡାକରା ଦେଇଥିଲା। ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବାକୁ ପ୍ରସ୍ତୁତ ଥିଲା ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ ପାଇଁ ଦାବି କରାଯାଇଥିଲା । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଥିଲା ।
ଏବେ ବ୍ୟାଙ୍କ ସଙ୍ଘର ଦାବିକୁ ଶୁଣିବାକୁ ସରକାର ରାଜି ହୋଇଛନ୍ତି ବୋଲି ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି। ଆସନ୍ତା ୨ ମାସ ଭିତରେ ଦାବି ବିଚାର ନେଇ ପ୍ରତିଶୃତି ମିଳିଛି ବୋଲି ସଙ୍ଘ କହିଛି । ଦାବି ଶୁଣିବାକୁ ପ୍ରତିଶୃତି ମିଳିବା ପରେ ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି ।