ଆଲ୍ଲାହାବାଦ ହାଇକୋର୍ଟ ଆଜି ବୁଧବାର ଦିନ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉତ୍ତରପ୍ରଦେଶରେ ୩ ମାସ ମଧ୍ୟରେ ଗ୍ରାମ ପଞ୍ଚାୟତ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଲ୍ଲାହାବାଦ ହାଇକୋର୍ଟ ଆଜି ବୁଧବାର ଦିନ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉତ୍ତରପ୍ରଦେଶରେ ୩ ମାସ ମଧ୍ୟରେ ଗ୍ରାମ ପଞ୍ଚାୟତ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଶେଷ ହେବା ପରେ ସରପଞ୍ଚ (ପ୍ରଧାନ) ମାନଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରିବା ମାମଲା ରହିଛି। ବର୍ତ୍ତମାନ ପାଇଁ ବିଦାୟୀ ଗ୍ରାମ ସରପଞ୍ଚମାନେ ହିଁ ପ୍ରଶାସକ ଭାବେ କାର୍ଯ୍ୟ ଜାରି ରଖିବେ।
ଆଲ୍ଲାହାବାଦ ହାଇକୋର୍ଟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ମାମଲା ଦୀର୍ଘ ଦିନ ହେବ ଚାଲିଥିଲା। ରାଜ୍ୟରେ ଗ୍ରାମ ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଶେଷ ହେବା ପରେ ସରପଞ୍ଚମାନଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ ଏବେ ହାଇକୋର୍ଟ ୩ ମାସ ମଧ୍ୟରେ ଗ୍ରାମ ପଞ୍ଚାୟତ ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଆଲ୍ଲାହାବାଦ ହାଇକୋର୍ଟ ପ୍ରାୟ ତିନି ଘଣ୍ଟାର ଶୁଣାଣି ପରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ପରେ ୩ ମାସ ମଧ୍ୟରେ ନିର୍ବାଚନ କରାଇବାକୁ ଆଦେଶ ଶୁଣାଇଥିଲେ। ଜଷ୍ଟିସ ଅଜିତ୍ କୁମାର ଏବଂ ଜଷ୍ଟିସ ଗରିମା ପ୍ରସାଦଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ଏହି ରାୟ ଶୁଣାଇଛନ୍ତି।