କୋଲାକତା ଆର.ଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରୁଛନ୍ତି । ପଶ୍ଚିମ ବଙ୍ଗ ସରକାରଙ୍କ ପକ୍ଷ ରଖୁଥିବା ଆଇନଜୀବୀ କପିଲ ସିବଲ ମାମଲାର ଶୁଣାଣିକୁ ସିଧା ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି । ମାତ୍ର ସୁପ୍ରିମକୋର୍ଟ ସିଧା ସଳଖ ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ନ୍ୟାୟାଧୀଶ ମନୋଜ ମିଶ୍ର ଏବଂ ନ୍ୟାୟାଧୀଶଙ୍କ ଖଣ୍ଡପୀଠ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରୁଛନ୍ତି । ଏହି ସମୟରେ ଆଇନଜୀବି କପିଲ ସିବଲ ମାମଲାର ଶୁଣାଣିକୁ ସିଧା ପ୍ରସାରଣ ନ କରିବାକୁ ଅନୁରୋଧ କରିଥିଲେ । ସିବଲ କହିଛନ୍ତି ଯେ ସେ ସରକାରଙ୍କ ତରଫରୁ ମାମଲା ପକ୍ଷ ଲଢୁଛନ୍ତି । କିନ୍ତୁ ତାଙ୍କ ଟିମକୁ ସୋସିଆଲ ମିଡ଼ିଆରେ ଏବଂ ବାହାରେ ଧମକ ଦିଆଯାଉଛି । ତାଙ୍କ ସହିତ କାମ କରୁଥିବା ମହିଳା ଆଇନଜୀବୀଙ୍କୁ ଅଫିସରେ ଭିତରେ ଏବଂ ବାହାରେ ଏସିଡ ଆକ୍ରମଣ ଏବଂ ଦୁଷ୍କର୍ମ କରିବାକୁ ଧମକ ଦିଆଯାଉଥିବା ସେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ମାତ୍ର କୋର୍ଟ ସିଧା ସିଧା ସିବଲଙ୍କ ଅନୁରୋଧ ରକ୍ଷା କରିବାକୁ ମନା କରିଦେଇଛନ୍ତି । ମାମଲାର ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଜନହିତ ଦୃଷ୍ଟିରୁ ସିଧା ପ୍ରସାରଣ ବନ୍ଦ କରାଯାଇ ପାରିବ ନାହିଁ ।